ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଶୀଳ ନାରୀ-ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଉଦ୍ୟୋଗୀମାନଙ୍କ ଲାଗି ୧୬୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିନଦୟାଲ ଆନ୍ତୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ କାର୍ଯ୍ୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ କଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗର ପରିସର ବଢ଼ାଇବାକୁ ଦୃଷ୍ଟିରେ ରଖି ଆତ୍ମନିର୍ଭର ଭାରତ ସଂକଳ୍ପ ଅନ୍ତର୍ଗତ ଏହି ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଉଦ୍ୟୋଗ, ମହିଳା କୃଷକ ଉତ୍ପାଦକ ସଂଘ ଏବଂ ଅନ୍ୟାନ୍ୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏହି ସହାୟତା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କରୋନା ସଙ୍କଟ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଦେଶବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦିଆଯାଇଛି। ମାସ୍କ ଏବଂ ସାନିଟାଇଜର୍ ପ୍ରସ୍ତୁତି, ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଣ, ସଚେତନତା କାର୍ଯ୍ୟ, ସଚେତନତା କାର୍ଯ୍ୟକ୍ରମ ପ୍ରଭୃତିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉଦାହରଣ ସୃଷ୍ଟି କରିଛନ୍ତି। ପୂର୍ବରୁ ଦେଶର କୋଟି କୋଟି ମହିଳାଙ୍କର ବ୍ୟାଙ୍କ ଆକାଉଣ୍ଟ ନ ଥିଲା। ସେମାନେ ବ୍ୟାଙ୍କିଂ ସିଷ୍ଟମଠାରୁ ବହୁ ଦୂରରେ ଥିଲେ। ସେଥିପାଇଁ ଆମ ସରକାର ଜନ ଧନ ଖାତା ଖୋଲିବା ପାଇଁ ପ୍ରଥମେ ଏକ ବିଶାଳ ଅଭିଯାନ ଆରମ୍ଭ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..