ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ୱାଧିନତା ଦିବସ ଉପଲକ୍ଷେ ଉତ୍କର୍ଷ ସେବା ପଦକ ସମ୍ମାନିତ ହେବେ ଓଡ଼ିଶାର ୪ ପୋଲିସ ଅଧିକାରୀ । ରାଜ୍ୟର ୨ ଇନ୍ସପେକ୍ଟର ଓ ୨ସବ୍ ଇନ୍ସପେକ୍ଟରଙ୍କୁ ସମ୍ମାନୀତ କରାଯିବ । ଇନସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ ଏବଂ ଏସଆଇ ତୃପ୍ତିରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁଙ୍କୁ ମିଳିବ ଉତ୍କର୍ଷ ସେବା ପଦକ । ସାରାଦେଶରେ ୧୫୨ ପୋଲିସ ଅଧିକାରୀଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ରହିଛନ୍ତି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । କର୍ତ୍ତବ୍ୟକୁ ସୂଚାରୁ ରୂପେ ପ୍ରତିପାଦିତ କରିଥିବା ଓଡ଼ିଶାର ଏହି ୪ ପୋଲିସ ଅଧିକାରୀ ସମ୍ମାନିତ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ