Report Card Odisha

| Daily Odia News

ସୁନା ପୁଅ ନୀରଜ ଚୋପ୍ରା ଅସୁସ୍ଥ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲିମ୍ପିକ୍ସ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ ଥିବା ସୂଚନା ମିଳିଛି । ଗତ ଦୁଇଦିନ ହେବ ତାଙ୍କୁ ପ୍ରବଳ ଜ୍ୱର ହୋଇଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା | ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ଏବେ ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ସେ ଅସୁସ୍ଥ ଥିବା କାରଣରୁ ହରିୟାଣା ସରକାରଙ୍କ ପକ୍ଷରୁ କରାଯିବାକୁ ଥିବା ସମ୍ମାନ ସମାରୋହରେ ଯୋଗ ଦେଇପାରି ନ ଥିଲେ।ନୀରଜ ଭାରତ ଫେରିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାକୁ ନେଇ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସାମାନ୍ୟ ସୁସ୍ଥ ଅନୁଭବ କରୁଥିବାରୁ ସେ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି।

Breaking News