ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ହିଂସାତ୍ମକ କାର୍ଯ୍ୟ ପନ୍ଥା ଜାରିରଖିଥିବା ବେଳେ ତାଲିବାନ ଭାରତକୁ ଚେତାବନୀ ଦେଇଛି । ଆଫଗାନରେ ବିକାଶମୂଳକ କାମ ପାଇଁ ଭାରତକୁ ତାଲିବାନ ପ୍ରଶଂସା କରିଛି । ଅନ୍ୟପଟେ ସେନା ପଠାଇବା ଯୋଜନାକୁ ନେଇ ଭାରତକୁ ଧମକ ଦେଇଛି ତାଲିବାନ। ଆଫଗାନିସ୍ତାନକୁ ଭାରତ ସେନା ପଠାଇଲେ ପରିଣତି ଭୟାବହ ହେବ ବୋଲି ତାଲିବାନର ମୁଖପାତ୍ର ମହମ୍ମଦ ସୁହୈଲ ସାହିନ୍ ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି । ତାଲିବାନ ବିରୋଧରେ ଛିଡ଼ା ହୋଇଥିବା ଦେଶମାନଙ୍କର ପରିଣତି ଭାରତ ଦେଖିସାରିଛି । ତେଣୁ ସେନା ପଠାଇବା ପୂର୍ବରୁ ଭାରତ ଭଲ ଭାବେ ଚିନ୍ତା କରୁ ବୋଲି ସେ ଚେତାଇ ଦେଇଛନ୍ତି । ହେଲେ କାବୁଲ ସରକାରକୁ କୌଣସି ସାମରିକ ସାହାଯ୍ୟ ନ କରିବାକୁ ଚେତାବନୀ ଦେଇଛି ତାଲିବାନ । ଆଫଗାନିସ୍ତାନରେ ଭାରତ ହସ୍ତକ୍ଷେପ କଲେ କିମ୍ବା ସେଠାରେ ତାଙ୍କର ଉପସ୍ଥିତି ରହିଲେ, ସେମାନଙ୍କ ପାଇଁ ଭଲ ହେବ ନାହିଁ । ଆମେରିକା, ବ୍ରିଟେନ, ଋଷ ସମେତ ଅନେକ ଦେଶ ଆଫଗାନିସ୍ତାନର ସ୍ଥିତି ବିଷୟରେ ସବୁବେଳେ ଆଲୋଚନା କରୁଛନ୍ତି । ଏପରି ସ୍ଥିତିରେ ଆଫଗାନିସ୍ତାନ ବିଷୟରେ ଭାରତ ମୁଣ୍ଡ ନଖେଳାଇବା ଭଲ ବୋଲି କୁହାଯାଇଛି । ଏହା ମଧ୍ୟ କହିଛନ୍ତି କି ଆଫଗାନିସ୍ତାନରେ ଭାରତୀୟ ଦୂତାବାସ କିମ୍ବା କୌଣସି ଦେଶର ସରକାରୀ ଅଧିକାରୀଙ୍କର ଯେପରି କୌଣସି ପ୍ରକାର କ୍ଷତି ନହୁଏ ସେନେଇ ତାଲିବାନ ପ୍ରତିଶ୍ରୁତିବଦ୍ଧ ବୋଲି ମହମ୍ମଦ ସୁହୈଲ ଗଣମାଧ୍ୟମକୁ କହିଛନ୍ତି । ଏହାବ୍ୟତୀତ ପାକିସ୍ତାନ ତାଲିବାନକୁ ଆର୍ଥିକ ସହାୟତା ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ସେପଟେ ଭାରତ ନାଗରିକମାନଙ୍କୁ ଯଥାଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ପରାମର୍ଶ ଦେଇଛି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……