Report Card Odisha

| Daily Odia News

ରାଜ୍ୟରେ ଆଜି ସାମାନ୍ୟ କମିଲା କରୋନା ସଂକ୍ରମଣ,୧୦୫୮ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ସାମାନ୍ୟ କରୋନା ସଂକ୍ରମଣ କମିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୧୬ ଓ ୪୪୨ ସ୍ଥାନୀୟ ସଂକ୍ରମିତ ଏବଂ ୧୮ ବର୍ଷରୁ କମ୍ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫କୁ ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାରୁ ୩୨, ବାଲେଶ୍ୱର ୩୮, ବରଗଡ ୧୧, ଭଦ୍ରକ ୩୨, ବଲାଙ୍ଗିର ୨, ବୌଦ୍ଧ ୩ ଓ କଟକ ଜିଲାରୁ ୧୬୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେବଗଡରୁ ୫, ଢେଙ୍କାନାଳ ୧୮, ଗଞ୍ଜାମ ୫, ଜଗତସିଂହପୁର ୩୭, ଯାଜପୁର ୭୭, ଝାରସୁଗୁଡା ୫, କଳାହାଣ୍ଡିରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୪, କେନ୍ଦ୍ରାପଡା ୩୨, କେନ୍ଦୁଝର ୪, ଖୋର୍ଦ୍ଧା ୩୭୬ ଓ କୋରାପୁଟରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରିରୁ ୫, ମୟୁରଭଞ୍ଜ ୩୭, ନବରଙ୍ଗପୁର ୧, ନୟାଗଡ ୧୭, ନୂଆପଡା ୫ ପୁରୀ ୨୬, ରାୟଗଡା ୪ ଓ ସମ୍ବଲପୁରରୁ ୬ ଚିହ୍ନଟ ହୋଇଛନ୍ତି।

Breaking News