ରିପୋର୍ଟ କାର୍ଡ / ଭୁବନେଶ୍ୱର
୭୫ତମ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପୁରୁଷଙ୍କୁ ସ୍ମରଣ କରି ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପତାକା ଉତ୍ତୋଳନ ପରେ ଅଲମ୍ପିକ୍ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | ହକିରେ ଓଡିଶାର ଅବଦାନ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୮ରେ ଆମ ହକିର ପ୍ରୟୋଜନ ହୋଇଥିଲା । ଏହାର ସୁଫଳ ମିଳିଛି, ପଦକ ଜିତି ଗୌରବ ଆଣିଛନ୍ତି । ଅଲମ୍ପିକ୍ସରେ ଭାରତ ହକି ଦଳ ପଦକ ଆଣିବା ଗର୍ବର ବିଷୟ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କରୋନା କଟକଣା ରହିଥିବାରୁ ସାଧାରଣ ଲୋକ କିମ୍ବା କୌଣସି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବାକୁ ଅନୁମତି ନଥିବା ବେଳେ କେବଳ ସୀମିତ ପୋଲିସ୍ କର୍ମଚାରୀଙ୍କୁ ନେଇ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।






More Stories
ଚଳିତ ରଥଯାତ୍ରା ପାଇଁ ତତ୍ପରତା, ମଗାଗଲା ରିପୋର୍ଟ…..
ଅଶ୍ଳୀଳ ନାଚିଲେ ନିଶା,ବଦଳିଲେ ଉପଜିଲ୍ଲାପାଳ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..