ରିପୋର୍ଟ କାର୍ଡ / ଭୁବନେଶ୍ୱର (ବରଦା ପ୍ରସନ୍ନ ଦାସ)
ଜାତୀୟ ପତାକା ମଧ୍ୟରେ ସ୍ଥାନ ପାଇଥିବା ଅଶୋକ ଚକ୍ରର ୨୪ ଅର ୨୪ ଘଣ୍ଟା କୁ ବୁଝାଏ। ତ୍ରିରଙ୍ଗୀ ପତାକାର ଆଦ୍ୟ ରଙ୍ଗ କେଶରୀ ସାହସ ଓ ତ୍ୟାଗର ପ୍ରତୀକ । ପତାକାର ମଧ୍ୟରେ ଧଳା ରଙ୍ଗ ଶିକ୍ଷା ଦିଏ ସତ୍ୟ , ପବିତ୍ରତା ଓ ଶାନ୍ତି। ଶେଷରେ ସବୁଜ ରଙ୍ଗ ବିଶ୍ୱାସ ସବୁଜିମା ଓ ସମୃଦ୍ଧିର ପ୍ରତୀକ। ପତାକାର ମଧ୍ୟରେ ଥିବା ଅଶୋକ ଚକ୍ରର ରଙ୍ଗ ଗାଢ଼ ନୀଳ ରଙ୍ଗ ଦେଶର ଅଗ୍ରଗତି ଉଦାରତା ଓ ବିଶ୍ୱାସର ପ୍ରତୀକ । ଏହି ଜାତୀୟ ପତାକାର ରୂପରେଖ କରିଥିଲେ ପିଙ୍ଗଳି ବେଙ୍କଯ୍ୟ। ତିନ ଅନୁପାତ ଦୁଇ ଲମ୍ବ ଓ ଓସାର ଖଦି କପଡ଼ାରେ ରେ ନିର୍ମିତ ହୋଇଥାଏ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଭୁବନେଶ୍ୱର କଟକ ଟ୍ଵିନ ସିଟିର ଥିଙ୍କର୍ସ କ୍ଲବ୍ ର ଅଷ୍ଟମ ଆଭାସି ଆଲୋଚନା ବେଙ୍ଗାଳୁରୁ ଓଡ଼ିଆ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଅଧ୍ୟାପିକା ଡ଼ଃ ସୋମା ଚାନ୍ଦ ଓ ଅଧ୍ୟାପକ ଅମିୟ କୁମାର ରଥ ବକ୍ତା ଭାବେ ଯୋଗଦାନ କରିଥିଲେ। ଥିଙ୍କର୍ସ କ୍ଲବ୍ ର ସଭାପତି ବରଦା ପ୍ରସନ୍ନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାରେ ବେଙ୍ଗାଳୁରୁ ଓଡ଼ିଆ ସାହିତ୍ୟ ସମାଜର ଅଦ୍ଧକ୍ଷ କାର୍ତ୍ତିକ ସ୍ୱାଇଁ , ତାପସ ରiଜ ମହାରଣା ଓ ଶ୍ରୀମତୀ ବିଶ୍ୱଭାରତୀ ଗୋସ୍ୱାମୀ ଦiଶ ଭାରତର ସ୍ବାଧୀନତା ଓ ଜାତୀୟ ପତାକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅiସiମରୁ ଇଂ ସଂତାପ ଜେନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଜାପାନରୁ କୁନା ଦାସ , ଟିଟିଲାଗଡ଼ରୁ ଡ଼ ଶିବ ବେହେରା, ଅଧ୍ୟପିକା ଡ଼ଃ ମାଂଗଳିକା ମହାପାତ୍ର , ଅଧ୍ୟପକ ଲକ୍ଷ୍ମୀଧର ଭୋଳା, ଇଂ ନନ୍ଦନନ୍ଦନ ଦାସ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।।
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ରେଳ ୱାଗନରୁ ୧୨ଟି ବୋମା ଜବତ…..
୧୨ ବର୍ଷୀୟ ନାବାଳିକା ଉପରେ ଚଢ଼ିଗଲା ମୋ ବସ……