ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛିନା କିଛି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଅର୍ଜୁନ କପୁରଙ୍କ ସହ ସମ୍ପର୍କକୁ ନେଇ ସେ ସର୍ବଦା ପ୍ରଶଂସକଙ୍କ ପ୍ରଶ୍ନର ଘେରରେ ରହିଥାନ୍ତି । ବର୍ତ୍ତମାନ ମଲାଇକା ଆରୋରା ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ସେ ଏକ ଝିଅର ମା’ ହେବାକୁ ଚାହୁଁଛନ୍ତି। ବାସ୍ତବରେ, କିଛି ଦିନ ତଳେ ମଲାଇକା ରିଆଲିଟି ଶୋ’ ‘ସୁପର ଡାନ୍ସର୍ ଚ୍ୟାପ୍ଟର୍ ୪’ରେ ନଜର ଆସିଥିଲେ ।
ଏହି ଶୋ’ରେ ମଲାଇକା ଜଜ୍ ଭାବରେ ଉପସ୍ଥିତ ଥିଲେ। ଶୋ’ର ପ୍ରତିଯୋଗୀ ଫ୍ଲୋରିନା ଗୋଗୋଇଙ୍କୁ ଡ୍ୟାନ୍ସ କରୁଥିବା ଦେଖିବା ପରେ ସେ ଇମୋସନାଲ୍ ହୋଇଯାଇଥିଲେ । ସେବେଠାରୁ ସେ ଗୋଟିଏ ଝିଅ ଆଶା କରୁଛନ୍ତି। ଇଟାଇମ୍ସ ସହ ବାର୍ତ୍ତାଳାପରେ ମଲାଇକା କହିଛନ୍ତି ଯେ ସେ ଏକ ଝିଅର ମା’ ହେବାକୁ ଚାହୁଁଛନ୍ତି । ଅଭିନେତ୍ରୀ କହିଛନ୍ତି, ‘ପ୍ରତ୍ୟେକ ମାଙ୍କ ପାଇଁ ପିଲାମାନେ ପାଖରେ ରହିବା ଅତ୍ୟନ୍ତ ସୁନ୍ଦର ହୋଇଥାଏ । ଫ୍ଲୋରିନା ମୋ ହୃଦୟକୁ ଛୁଇଁଯାଇଛି । ତାର ପରଫରମାନ୍ସ ଆଉ ସେ ମୋ ସହିତ ଗଭୀର ଭାବରେ ଜଡିତ । ତେଣୁ, ମୁଁ ଗୋଟିଏ ଝିଅ ଆଶା କରୁଛି ।
ମୁଁ ମୋ ପୁଅ ଅରହାନକୁ ବହୁତ ଭଲ ପାଏ କିନ୍ତୁ ମୋର ଇଚ୍ଛା ଯେ ମୋର ଗୋଟିଏ ଝିଅ ହେଉ । ଯଦି ଏହା ହୋଇ ନପାରେ, ତେବେ ମୁଁ ଏକ ଝିଅକୁ ଆଡପ୍ଟ କରିବି ।’ ତେଣୁ ମଲାଇକା ଶୀଘ୍ର ଏକ ଝିଅକୁ ଆଡପ୍ଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।
More Stories
ପଦ୍ମ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ଅଜିତ କୁମାର…..
ତେଲଗୁ ସୁପରଷ୍ଟାର ମହେଶବାବୁଙ୍କୁ ଇଡି ସମନ…..
ପରଲୋକରେ ମନୋଜ କୁମାର….