ରିପୋର୍ଟ କାର୍ଡ / ବାଲେଶ୍ଵର
ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜଳେଶ୍ୱର ମାର୍କେଟରେ ଡିଲ୍ ବେଳେ ଓଜନ ୨କିଲୋ ୪୦୨ ଗ୍ରାମ ର ବ୍ରାଉନସୁଗର ସହିତ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁରର ଉଦୟନାଥ ରଥ ଓ କଟକ ୪୨ ମୌଜାର ପ୍ରଦୀପ କୁମାର ଦାସ । ସୂଚନା ଅନୁସାରେ- ଖବର ପାଇ ଅଚାନକ ରେଡ୍ କରିଥିଲା ଏସଟିଏଫ୍ । ସେମାନଙ୍କ ପାଖରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ଅଧିକ ଖୋଳତାଡ ଜାରି ରହିଛି । ଏମାନେ କେଉଁଠାରୁ ଆଣିଥିରେ ବ୍ରାଉନସୁଗର । ଏହି କାରବାରରେ ଆଉ କିଏ ସାମିଲ ଅଛନ୍ତି ସେନେଇ ଜେରା କରୁଛି ଏସଟିଏଫ୍ | ଦେଖିବାକୁ ଗଲେ ଗତବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏସଟିଏଫ୍ ୩୮ କିଲୋରୁ ଅଧିକ ବ୍ରାଉନସୁଗର, ୮୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଶହେରୁ ଅଧିକ ବେପାରୀଙ୍କୁ ଗିରଫ କରିଛି।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……