ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୨୮ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୬୦୫ ଏବଂ ସ୍ଥାନୀୟ ସଂକ୍ରମିତ ୪୩୬ ଜଣ ରହିଥିବା ଜଣାଯାଇଛି। ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୯, ବାଲେଶ୍ୱର ୨୨, ବରଗଡ, ଭଦ୍ରକ ୧୫ ଓ ବଲାଙ୍ଗିରରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବଉଦରୁ ୧, କଟକ ୧୭୬, ଦେବଗଡ ୭, ଢେଙ୍କାନାଳ ୧୫ ଓ ଗଜପତିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଗଞ୍ଜାମ ୫, ଜଗତସିଂହପୁର ୪୩, ଯାଜପୁର ୫୬, ଝାରସୁଗୁଡା ୧, କଳାହାଣ୍ଡିରୁ ୪ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୨, କେନ୍ଦ୍ରାପଡା ୩୭, କେନ୍ଦୁଝର ୧୨, ଖୋର୍ଦ୍ଧା ୩୯୮, କୋରାପୁଟ ୨ ଓ ମାଲକାନଗିରିରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜରୁ ୩୬, ନବରଙ୍ଗପୁର ୩, ନୟାଗଡ ୧୩, ନୂଆପଡା ୧, ପୁରୀ ୩୪ ଓ ରାୟଗଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ସମ୍ବଲପୁର ୯, ସୋନପୁର ୧, ସୁନ୍ଦରଗଡ ୧୩ ଏବଂ ଷ୍ଟେଟପୁଲରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୮୪୫ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୯୬୬୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……