ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କାର୍ଯ୍ୟର ସୁପରିଚାଳନା କରି ସମ୍ମାନିତ ହେବେ। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇ ପାରନ୍ତି। ଜୀବନ କାଳ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ପ୍ରବଳ ଉଦ୍ୟୋଗୀ ହେବେ।
ବୃଷ : ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ମନା। ଅଷ୍ଟମ ଚନ୍ଦ୍ର ହେତୁ ସତର୍କତା ଆବଶ୍ୟକ।
ମିଥୁନ : ସୁଖ ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବା ଓ ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ।
କର୍କଟ : ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ୍ ହୋଇପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରିରେ ମାଲିକଙ୍କ ପ୍ରିୟଭାଜନ ହେବେ।
ସିଂହ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଧାର୍ମିକ ଓ ତେଜସ୍ବୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ।
କନ୍ୟା : ଆତ୍ମସଂଯମୀ ହେବେ। ଉଦାର ସ୍ବଭାବ ସମ୍ପନ୍ନ ହେବେ। ଦାନଶୀଳ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଦଳପ୍ରତି ଆଦର, ସମ୍ମାନ ରହିବ। ପ୍ରେମୀ ଓ ବୁଦ୍ଧିମାନ ହେବେ।
ତୁଳା : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର କଥାରେ ଲୋକାଦୃତ ହେବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ସୁସ୍ଥ ଓ ନିରାମୟ ରହିବେ।
ବିଛା : କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, କର୍ମଠ, ଈଶ୍ବର ବିଶ୍ବାସୀ ଓ ଶାନ୍ତିପ୍ରିୟ ହେବେ। ଉଦାର ସ୍ବଭାବର ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।
ଧନୁ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।
ମକର : କର୍ମଚଞ୍ଚଳ ରହିବେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ବ୍ୟୟବୃଦ୍ଧିର ସୂଚନା ମିଳୁଛି। ଏକାନ୍ତପ୍ରିୟ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ମଧୁର କଥାରେ ପ୍ରିୟତା ଅର୍ଜନ କରିବେ।
କୁମ୍ଭ : ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଗୃହ ସୁଖ ଓ ଯାନବାହନ ସୁଖ ମିଳିବ। ବହୁ ବିଦ୍ୟା ପାରଙ୍ଗମ ହେବେ।
ମୀନ : କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
Discussion about this post