ରିପୋର୍ଟ କାର୍ଡ / ଭୁବନେଶ୍ୱର
ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ | ଗୋଟିଏ ପରିବାରର ୫ ଜଣ ଓ ଅନ୍ୟ ୨ ଜଣ ପଡ଼ୋଶୀ ରହିଛନ୍ତି । ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ, ଆଜି ସକାଳୁ ଗମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା। । ରୋଷେଇ କରିବା ପାଇଁ ଗ୍ୟାସ ଅନ୍ କରିବାରୁ ନିଆଁ ହଠାତ୍ ଜଳି ଉଠିଥିଲା। ପରିବାର ଲୋକେ ପାଟି କରିବାରୁ ଘର ଲୋକଙ୍କ ସମେତ ପଡୋଶୀ ଲୋକେ ଦୌଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ସିଲିଣ୍ଡରଟି ଫାଟି ଯାଇଥିଲା।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……