ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନୀ ମାନେ ଆଫଗାନିସ୍ତାନକୁ ଅକ୍ତିଆର ପରେ ଆଫଗାନର ସ୍ଥିତି ଜଟିଳ ରହିଛି | ଆଫଗାନର ବାସିନ୍ଦା ତାଲିବାନୀ ଶାସନରେ ରହିବାକୁ ଚାହୁଁ ନଥିବା ବେଳେ ବାହାର ଦେଶରେ ରହିଥିବା ଲୋକେ ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି | ଏଭଳି ସ୍ଥିତିକୁ ନେଇ ଭାରତ ରାଜନୀତିରେ ବୟାନବାଜୀ ଆରମ୍ଭ ହୋଇଯାଇଛି | ତାଲିବାନ ସମର୍ଥକଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟାର୍ଗେଟ କରିଛନ୍ତି। ବିଧାନସଭାରେ ଭାଷଣ ଦେଇ ସେ ମହିଳା ଏବଂ ଶିଶୁଙ୍କ ବିରୋଧରେ ତାଲିବାନର ଅତ୍ୟାଚାର ବିଷୟରେ ମଧ୍ୟ କହିଛନ୍ତି। କିଛି ଲୋକ ଲଜ୍ଜାଜନକ ଭାବେ ତାଲିବାନକୁ ସମର୍ଥନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଲୋକମାନଙ୍କୁ ଏକ୍ସପୋଜ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କିଛି ଲୋକ ତାଲିବାନକୁ ସମର୍ଥନ କରୁଛନ୍ତି। ସେଠାରେ ଥିବା ମହିଳା ଏବଂ ଶିଶୁମାନଙ୍କ ପ୍ରତି ନିଷ୍ଠୁରତା କରାଯାଉଥିବା ବେଳେ କିଛି ଲୋକ ଲଜ୍ଜାଜନକ ଭାବରେ ତାଲିବାନକୁ ସମର୍ଥନ କରୁଛନ୍ତି। ସେମାନଙ୍କର ମୁଖା ଖୋଲିବା ଉଚିତ୍। ଉଲ୍ଲେଖ ଯୋଗ୍ୟ- ସମାଜବାଦୀ ପାର୍ଟି ଏମ୍ପି ଡାଃ. ସଫିକୁରହମାନ ବର୍କ ତାଲିବାନଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହି ମନ୍ତବ୍ୟକୁ ନେଇ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହା ପରେ ବିଜେପି ବିଧାୟକ ହରିଭୁଷଣ ଠାକୁର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ | ବିହାର ବିଜେପି ବିଧାୟକ ହରିଭୂଷଣ ମଧ୍ୟ କହିଛନ୍ତି କି ଯାହାକୁ ଭାରତରେ ଡର ଲାଗୁଛି, ସେମାନେ ଆଫଗାନିସ୍ତାନ ପଳାନ୍ତୁ ବୋଲି ମନ୍ତବ୍ୟ ଦେଇ ବିବାଦରେ ଶିକାର ହୋଇଛନ୍ତି |






More Stories
ଆସନ୍ତାକାଲି ପଶ୍ଚିମବଙ୍ଗ ନିର୍ବାଚନ……
ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି…..
ରାୟଗଡା ସିଜିମାଳିକୁ ସଂଯୋଗ ହେବ ରେଳଲାଇନ୍…..