ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଫଗାନିସ୍ତାନ ସରକାରଙ୍କର ପତନ ଘଟିଛି | ତାଲିବାନ ନ୍ଧୁକ ମୁନରେ ଦଖଲ କରିଛି ଆଫଗାନ | ହେଲେ କେବେ ଠାରୁ ତାଲିବାନ ସରକାର ଗଠନ କରିବା ତାହାକୁ ନେଇ ଚର୍ଚ୍ଚା ହେଉଥିଲା | କିନ୍ତୁ ୩୧ ଅଗଷ୍ଟ ପୂର୍ବରୁ ଆଫଗାନିସ୍ତାନରେ ସରକାର ଗଠନ କରିବ ନାହିଁ ବୋଲି ନିଷ୍ପତି ନେଇଛି ତାଲିବାନ | ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିବା ପରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ତାଲିବାନ ପ୍ରବକ୍ତା ଅନସ ହକ୍କାନୀଙ୍କ ଏହି ବୟାନ ପରେ ଆଫଗାନବାସୀଙ୍କ ଚିନ୍ତା ବଢ଼ିଯାଇଛି । ଆମେରିକା ସେନା ଯିବା ପରେ ତାଲିବାନ ୩୧ ଅଗଷ୍ଟ ପରଠାରୁ ଧାର୍ମିକ ଆନ୍ଦୋଳନ ନାମରେ ଅତ୍ୟାଚାର ଆରମ୍ଭ କରିବ । କେଉଁ ଭଳି ଭାବରେ ତାଲିବାନ ଏଠାରେ ସରକାର ଗଠନ କରିବ ସେ ନେଇ କୌଣସି ଘୋଷଣା କରି ନାହିଁ । ସେହିପରି ଆଫଗାନ ନ୍ୟାଶନାଲ ଡିଫେନ୍ସ ଓ ସୁରକ୍ଷାକର୍ମୀଙ୍କୁ ନେଇ ସେମାନଙ୍କର କଣ ଆଭିମୁଖ୍ୟ ରହିବ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..