ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜୁରାଟର କଚ୍ଛ ଜିଲ୍ଲାରେ ଭୂମିକମ୍ପ ହୋଇଛି । ଶନିବାର ଅପରାହ୍ନ ୧୨.୦୮ ସମୟରେ କଚ୍ଛ ଜିଲ୍ଲାରେ ରିକଫର ସ୍କେଲ୍ ଅନୁସାରେ ୪.୧ ମାଗ୍ନିଚୁ୍ୟଡ୍ ପ୍ରଭାବ ରହିଥିଲା | ଏନେଇ ଗାନ୍ଧିନଗର ଇନ୍ଷ୍ଟିଚୁ୍ୟଟ ଅଫ୍ ସେସମୋଲୋଜି ରିସର୍ଚ୍ଚ (ଆଇଏସ୍ଆର୍) ପକ୍ଷରୁ ସୂଚନା ମିଳିଛି । ଭୂମିକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ, କଚ୍ଛ ସ୍ଥିତ ପୂର୍ବ-ଦକ୍ଷିଣରେ ଥିବା ଢ଼ୋଲାବିରା ଅଞ୍ଚଳ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ । ଗୁଜରାଟର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଜିଏସ୍ଡିଏମ୍ଏ)ଙ୍କ ରିପୋର୍ଟ ଅନୁସାରେ, କଚ୍ଛ ଜିଲ୍ଲା ହେଉଛି ଅତ୍ୟଧିକ ଭୂମିକମ୍ପ ପ୍ରବଣ ଅଞ୍ଚଳ । ସୂଚନାଥାଉକି, ଅଗଷ୍ଟ ୪ରେ ରାପାର ଅଞ୍ଚଳରେ ଭୂମିକମ୍ପ ହୋଇସାରିଛି । ୨୦୦୧ରେ ସେହି ଜିଲ୍ଲାରେ ୬.୯ ମାଗ୍ନିଚୁ୍ୟଡର ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା । ଏଥିରେ ବହୁ ଧନ ଜୀବନହାନୀ ହୋଇଥିଲା ।
ଅନ୍ୟପକ୍ଷେ, କାଲି କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାର ତିନୋଟି ତାଲୁକରେ ଥିବା ୫୦ ଗ୍ରାମରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତ୍ରି ପ୍ରାୟ ୭ଟାରୁ ୯ ମଧ୍ୟରେ ତିନୋଟି ତାଲୁକରେ ଏହି ଭୂମିକମ୍ପ ହୋଇଥିଲା । ଭୂମିକମ୍ପ ଫଳରେ ଗ୍ରାମ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସେମାନେ ରାତି ସାରା ଘର ବାହାରେ ବସି ରହିଥିଲେ ।
Discussion about this post