ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୟାଗଡ଼ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ। ହାଇକୋର୍ଟରେ ଆବେଦନ କରିବାକୁ ପରୀର ପରିବାରକୁ ସୁପ୍ରିମକୋର୍ଟ କହିଛନ୍ତି । ପରି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀର ମାଆ। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା। ଉଲେଖ ଯୋଗ୍ୟ – ନୟାଗଡ଼ ଯଦୁପୁର କୁନି ଝିଅ ପରୀ ଅପହରଣ ହତ୍ୟା ୨୦୨୦ ଜୁଲାଇ ୧୪ ତାରିଖରେ ଘଟିଥିଲା | ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….