Report Card Odisha

| Daily Odia News

ଏକା ସାଙ୍ଗରେ ୬ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏକା ସାଙ୍ଗରେ ୬ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି |  ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ୬ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ମୋଟ ୬ ଅଧିକାରୀଙ୍କ ୯ଟି ଜାଗାରେ କଟକ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି । ଭୁବନେଶ୍ୱର, କଟକ, ଭଦ୍ରକ, ଜଗତସିଂହପୁରରେ ଚଢ଼ାଉ ଜାରିରହିଛି । ୬ ଅଧିକାରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା । ରମେଶଙ୍କ ଘରେ ଏବେ ରେଡ୍ ଚାଲିଛି । ସେହିପରି ଜଗତସିଂହପୁରର ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ମହାନ୍ତିଙ୍କ ଘରେ ରେଡ୍ ହୋଇଛି । ଏହା ସହ ୨ ଓଏଏସ୍ ଅଧିକାରୀଙ୍କ ସହ ୪ ଜଣ ପୂର୍ବତନ ଆରଆଇଙ୍କ ଘରେ ରେଡ୍ ହୋଇଛି । ଅନିୟମିତତା, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ନେଇ ରେଡ଼୍ ହୋଇଥିବା ସୂଚନା ମିଳିଛି । ରେଡରେ ଜଣେ ଏଏସପି, ୧୧ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।

Breaking News