ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ଥାନର ସ୍ଥିତି ସଂଗୀନ ରହିଛି | ଭୟରେ ଜୀବନ ବିତାଉଛନ୍ତି ଆଫଗାନିସ୍ଥାନର ବାସିନ୍ଦା | ତାଲିବାନ କବଜା କରିବା ପରେ ଆଫଗାନିସ୍ଥାନରେ ଚଳାଇଛି ଆତଙ୍କ ରାଜ | ସାରା ବିଶ୍ୱ ବାସୀଙ୍କ ନଜର ରହିଛି ଆଫଗାନିସ୍ଥାନ ଉପରେ | ସମ୍ପ୍ରତି ଏହି ସ୍ଥିତିରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ପ୍ରାୟ ୪୫ ମିନିଟ୍ ଧରି ଫୋନରେ ଆଫଗାନିସ୍ଥାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହି ଆଲୋଚନା ସେହି ସମୟରେ ହୋଇଥିଲା ଯେତେବେଳେ ଜି -୭ ନେତାମାନେ କାବୁଲରେ ତାଲିବାନ ଶାସନ ଉପରେ ଏକ ଭର୍ଚୁଆଲ ବୈଠକ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଫୋନ୍ ବାର୍ତ୍ତାଳାପ କରି ଆଫଗାନିସ୍ଥାନର ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିଥିଲେ






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……