ରିପୋର୍ଟ କାର୍ଡ / କଟକ
ବୁଧବାର ପୌର ନିର୍ବାଚନ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ । ଏଥିସହ ମୁଖ୍ୟ ଶାସନ ସଚିବଙ୍କୁ ବି ଜବାବ ତଲବ ହୋଇଛି । ଚାରି ସପ୍ତାହ ଭିତରେ ସେମାନେ ଉତ୍ତର ରଖିବେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ରାଜ୍ୟ ପୌର ନିର୍ବାଚନକୁ ନେଇ ରୁଜୁ ହୋଇଥିବା ତିନିଟି ପୃଥକ ପୃଥକ ମାମଲାରେ ଶୁଣାଣି କରିଥିଲେ ହାଇକୋର୍ଟ । କଟକ, ଭୁବନେଶ୍ୱର ଓ ପୁରୀରେ ପୌର ନିର୍ବାଚନ ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା । ପୁରୀରୁ ବିଧାୟକ ଜୟନ୍ତ ଷଡଙ୍ଗୀ, କଟକରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ ଓ ଭୁବନେଶ୍ୱରରୁ ପ୍ରସନ୍ନ କୁମାର ମିଶ୍ରଙ୍କ ପକ୍ଷରୁ ପିଟିସନ୍ ଫାଇଲ୍ ହୋଇଥିଲା ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..