ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନର ଅକ୍ତିଆରକୁ ଆସିବା ପରେ ତ୍ରାହି ତ୍ରାହି ଡାକୁଛି ଆଫଗାନିସ୍ତାନ | ମହିଳା ମାନଙ୍କୁ ଅତ୍ୟାଚାର କରାଯାଉଛି | ଦେଶ ଛାଡି ପଳାଉଛନ୍ତି ଲୋକେ | ଏଭଳି ସ୍ଥିତରେ ଆଫଗାନିସ୍ତାନ ବିଶୃଙ୍ଖଳା ବଢିବଢି ଚାଲିଛି | ଆଫଗାନିସ୍ତାନ ଏହି ସ୍ଥିତି ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି | ଏଭଳି ବିଶୃଙ୍ଖଳିତ ପରିସ୍ଥିତିରେ ଉଦ୍ବିଗ୍ନ ହୋଇ ବିଶ୍ବ ବ୍ୟାଙ୍କ୍ ଏହି ଯୁଦ୍ଧ-ବିକ୍ଷତ ଇସ୍ଲାମୀୟ ଦେଶକୁ ଆର୍ଥିକ ସହାୟତା ପ୍ରଦାନ ବନ୍ଦ କରିଛି। ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ ଅନୁସାରେ, ବିଶ୍ବ ବ୍ୟାଙ୍କ୍ର ଜନୈକ ମୁଖପାତ୍ର କହିଛନ୍ତି, ତାଲିବାନ୍ କ୍ଷମତା ଅକ୍ତିଆର କରିବା ପରେ ସେଠାରେ ଉପୁଜିଥିବା ପରିସ୍ଥିତି ଯୋଗୁଁ, ବିଶେଷକରି ନାରୀମାନଙ୍କ ଭବିଷ୍ୟତ ଲାଗି ଭୀଷଣ ଉଦ୍ବିଗ୍ନ ବୋଲି ବିଶ୍ବ ବ୍ୟାଙ୍କ୍ କହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଆଫଗାନିସ୍ତାନରେ ଚଳାଇଥିବା ଅଭିଯାନ ବାବଦ ଦେୟ ଅଟକାଇ ଦେଇ ପରିସ୍ଥିତି ଉପରେ ତୀବ୍ର ଦୃଷ୍ଟି ରଖିବା ସହ ତା’ର ସମୀକ୍ଷା ମଧ୍ୟ କରୁଛୁ। ସମ୍ପ୍ରତି ଆଫଗାନିସ୍ତାନରେ ବିଶ୍ବ ବ୍ୟାଙ୍କ୍ ଦୁଇ ଡଜନରୁ ଊର୍ଦ୍ଧ୍ବ ବିକାଶମୂଳକ ପ୍ରକଳ୍ପ ଚଳାଇଛି। ଅଧିକାଂଶ ପ୍ରକଳ୍ପକୁ ମଞ୍ଜୁରି ଭିତ୍ତିରେ ୨୦୦୨ରୁ ୫.୩ ବିଲିୟନ୍ ଡଲାର୍ ଆର୍ଥିକ ସହାୟତା ଯୋଗାଇ ଦେଇଛି। ଏହା ପୂର୍ବରୁ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ ମଧ୍ୟ ଆଫଗାନିସ୍ତାନରେ ଅଭିଯାନ ସ୍ଥଗିତ କରିଛି। ଏହି ଅଭିଯାନରେ ରହିଛି ୩୭୦ ନିୟୁତ ଡଲାର୍ ଋଣ ବ୍ୟବସ୍ଥା ଏବଂ ‘ସ୍ପେସାଲ୍ ଡ୍ରଇଙ୍ଗ୍ ରାଇଟ୍ସ୍’ରେ ସୋମବାର ଠାରୁ କାବୁଲ୍ ଗ୍ରହଣ କରିବାକୁ ଥିବା ୩୪୦ ନିୟୁତ ଡଲାର୍ ଅର୍ଥରାଶି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..