ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ୫ ମାସର ବ୍ୟବଧାନ ପାରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଧଉଳି ଶାନ୍ତିସ୍ତୁପ । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି | ପର୍ଯ୍ୟଟକ ମାନଙ୍କ ଆଗମନରେ ପୁଣି ଚଳଚଂଞ୍ଚଳ ହୋଇଉଠିବ ଧଉଳି ଶାନ୍ତିସ୍ତୁପ । ଲାଇଟ୍ ଆଉ ସାଉଣ୍ଡର ମଜା ନେବେ ଦର୍ଶକ । ପର୍ଯ୍ୟଟକଙ୍କ ପାଇଁ ଧଉଳି ଖୋଲିବା ନେଇ ଗତ ୨୩ ତାରିଖରୁ ଅନୁମତି ପତ୍ର ମିଳିସାରିଥିଲା । ସମସ୍ତ ପ୍ରକାର ପ୍ରସ୍ତୁତି ସରିବା ପରେ ଆଜିଠାରୁ ଖୋଲିଛି ଧଉଳି । ଆଜି ଦିନ ୧୦ ଟାରୁ ଧଉଳି ଖୋଲିବା ପରେ ପର୍ଯ୍ୟଟକ ମାନଙ୍କ ଭିଡ ମଧ୍ୟ ଜମିବା ଆରମ୍ଭ ହୋଇଗଲାଣି । କରୋନା ଗାଇଡ ଲାଇନକୁ ମାନିବା ସହ ସାନିଟାଇଜର ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।ଭିଡ ନିୟନ୍ତ୍ରଣଳୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
Discussion about this post