ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର କାବୁଲ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ସାରା ବିଶ୍ୱ ବାସୀଙ୍କୁ ଚକିତ କରିଥିଲା | ଏହା ପରେ ଶୁକ୍ରବାର କାଜାକସ୍ତାନର ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ହୋଇଛି । ଗଣମାଧ୍ୟମ ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି କି ବିସ୍ଫୋରଣ ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ହୋଇଛି ।ଏଥିରେ ୯ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ଆହତ ହୋଇଥିବା କୁହାଯାଉଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଖାପାଖି ୧୦ଟି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଚାହୁଁ ଚାହୁଁ ଏହା ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ବିସ୍ଫୋରଣ ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯାଇଛି । ପାଖାପାଖି ୧ହଜାର ଲୋକ ଘର ଛାଡିଥିବା ଜଣାପଡିଛି ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..