Report Card Odisha

| Daily Odia News

ଗିରଫ ହେଲେ ବଲିଉଡ ଅଭିନେତା ଅରମାନ କୋହଲି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଅରମାନ କୋହଲି ଗିରଫ। ଡ୍ରଗ୍ସ ମାମଲାରେ ଦୀର୍ଘ ସମୟ ଯାଏଁ ପଚରାଉଚୁରା କରିବା ପରେ ଅରମାନଙ୍କୁ ଗିରଫ କରିଛି ଏନସିବି। ଶନିବାର ଅରମାନ କୋହଲିଙ୍କ ଘରେ ଏନସିବି ରେଡ୍ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ସୂଚନାନୁଯାୟୀ, ଯେଉଁ ଡ୍ରଗ୍ସ ମାଫିଆଙ୍କ ସୂଚନା ଆଧାରରେ ଅରମାନ ଗିରଫ ହୋଇଛନ୍ତି ଉକ୍ତ ମାଫିଆ ଓ ଅରମାନଙ୍କୁ ଆମ୍ନାସାମ୍ନା ପଚରାଉଚୁରା କରିବ ଏନସିବି। ଏତଦ୍ ବ୍ୟତୀତ ଏହି ରାକେଟ୍‌ରେ ଅନ୍ୟ ବଲିଉଡ୍ ଅଭିନେତା ସାମିଲ ଥିବା ମଧ୍ୟ ଅନୁମାନ କରାଯାଉଛି। ଏଥିପାଇଁ ଅରମାନଙ୍କୁ ଅଧିକ ଦିନ ଯାଏଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଏନସିବି। ତେବେ ଅରମାନଙ୍କ ଗିରଫଦାରୀ ପରେ ଆଉ କିଛି ବଲିଉଡ ଅଭିନେତା ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଅରମାନ କୋହଲି ବିଗ୍‌ବସ୍ ୭ରେ ଅଂଶ ଗ୍ରହଣ କରିଥିଲେ। ସେବେଠାରୁ ସେ ବିବାଦ ଘେରରେ ରହିଛନ୍ତି। ସେ ଦୁଶ୍‌ମନ ଜମାନା, କୋହରା, ଜାନି ଦୁଶ୍‌ମନ୍, ଏଲଓସି କାର୍ଗିଲ୍ ଏବଂ ପ୍ରେମ୍ ରତନ ଧନ ପାୟୋ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

Breaking News