ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ପାରା ଅଲିମ୍ପିକ୍ସରେ ଟେବୁଲ ଟେନିସରେ ଭାରତକୁ ଭାବିନା ପଟେଲ ରୌପ୍ୟ ପଦକ ଦେଇଛନ୍ତି । ସ୍ୱର୍ଣ୍ଣ ପଦକ ପାଇଁ ଚୀନ ପ୍ରତିଯୋଗୀଙ୍କ ତାଙ୍କର ଚାଲିଥିଲା ଲଢେଇ । ତାଙ୍କଠାରୁ ପରାସ୍ତ ହେଇ ରୌପ୍ୟରେ ସନ୍ତୁଷ୍ଟ ହୋଛନ୍ତି ଭାବିନା । ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କ ମଧ୍ୟରେ ଜୋରଦାର ଖେଳ ହୋଇଥିଲା । ଜାପାନର ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗୀତାରେ ବିଶ୍ୱର ୩ ନମ୍ବର ଖେଳାଳି ମିଓଙ୍କୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଭାବିନା । ପ୍ରଥମ ଭାରତୀୟ ଭାବେ ଭାବିନା ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଫାଇନାଲରେ ପ୍ରବେଶ କରିଥଲେ । ସେପଟେ ଝିଅ ପଦକ ଜିତିବା ପରେ ପରିବାରରେ ଖୁିସିର ମାହୋଲ । ରାସ୍ତାରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ । ବାଣ ଫୁଟାଇ ମିଠା ଖୁଆଇ ସେଲିବ୍ରେସନ କରୁଛନ୍ତି ଲୋକେ । ଏପରିକି ପରସ୍ପର ଅଭିର ଲଗାଇ ହୋଲି ସେଲିବ୍ରସନ କରିଛନ୍ତି ।






More Stories
କାର୍ଯ୍ୟକାରୀ ହେବ ; ‘ଏକ ଦେଶ ଏକ ନିର୍ବାଚନ’ !….
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..