ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରକାଶ ପାଇଥିବା ଯୁକ୍ତ ୨ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇପାରିବେ | ଆଜିଠାରୁ ଅଫଲାଇନ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଗୁରୁବାର ଅପରାହ୍ନ ୨ଟାରୁ ୯ ତାରିଖ ଅପରାହ୍ନ ଗୋଟିଏ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ କଲେଜଗୁଡିକୁ ଲିଙ୍କ ପଠାଯାଇଛି । ଛାତ୍ରଛାତ୍ରୀ ନିଜ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍ ଓ ଇ-ସ୍ପେସ୍ ମାଧ୍ୟମରେ ପଞ୍ଜୀକରଣ କରିବେ । ପରୀକ୍ଷା ପାଇଁ ପଞ୍ଜୀକରଣ ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ । ସମସ୍ତ ବିଷୟରେ ପରୀକ୍ଷା ହେବ ନାହିଁ । ମାତ୍ର କେତେକ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ । ସେଥିପାଇଁ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହାକୁ ଆଧାର କରି ଅନ୍ୟ ବିଷୟରେ ମାର୍କ ପ୍ରଦାନ କରାଯିବ । ପଞ୍ଜୀକରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ ହେବ । ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ପ୍ରଶ୍ନପତ୍ର ଢାଞ୍ଚାରେ ବି କିଛି ପରିବର୍ତ୍ତନ ହେବନି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..