ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟୁୟର୍କରେ ବାତ୍ୟା ‘ଇଡା’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି | ଏହାର ପ୍ରକୋପରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବାନେଇ ସୂଚନା ମିଳିଛି | ବାତ୍ୟା ପ୍ରଭାବରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ସହରର ବିଭିନ୍ନ ଅଂଚଳ ଜଗମଗ୍ନ ହୋଇ ରହିଥିବା ବେଳେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯୋଗୁଁ ବିମାନ ଚଳାଚଳ ମଧ୍ୟ ରଦ୍ଦ କରାଯାଇଛି। ନ୍ୟୁୟର୍କ ସହରରେ ବାତ୍ୟା ପ୍ରଭାବରେ ଏତେ ଲୋକଙ୍କ ମୃତ୍ୟୁ ପ୍ରଥମ ଘଟଣା ବୋଲି କୁହାଯାଇଛି। ଆମେରିକାର ଦକ୍ଷିଣାଞ୍ଚଳରେ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନ୍ୟୁୟର୍କ ଗଭର୍ଣ୍ଣର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..