Report Card Odisha

| Daily Odia News

ମୁସଲମାନଙ୍କ ପାଇଁ ସ୍ୱର ଉଠାଇବାର ଅଧିକାର ଆମର ଅଛି: ତାଲିବାନ…..

Taliban militants from a group led by Mullah Manan Niazi that has itself joined Mullah Rasool's splinter group 'The High Council of Islamic Emirate of Afghanistan' which split from the Taliban after the death of Mullah Omar.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ସହିତ ପଡୋଶୀ ସମ୍ପର୍କ ରଖିବାକୁ କହିଆସୁଥିବା ତାଲିବାନ ଅସଲ ରୂପ ଦେଖାଇଛି | ତାଲିବାନ ଆତଙ୍କି ଗୋଷ୍ଠୀ କାଶ୍ମୀର ସମେତ ବିଶ୍ୱର ସମସ୍ତ ସ୍ଥାନରେ ମୁସଲମାନଙ୍କ ପାଇଁ କହିବାର ଅଧିକାର ରଖୁଛନ୍ତି ବୋଲି କହିବା ଘଟଣା ଭାରତର ଚିନ୍ତା ବଢାଇ ଦେଇଛି। ତାଲିବାନର ଦୋହାରେ ଥିବା ରାଜନୈତିକ କାର୍ଯ୍ୟାଳୟର ମୁଖପାତ୍ର ସୁହେଲ ସାହିନ ଗୁରୁବାର ଏକ ଗଣମାଧ୍ୟମକୁ କହିଛନ୍ତି, ମୁସଲମାନମାନେ ସେମାନଙ୍କର ନିଜ ଲୋକ, ନିଜ ନାଗରିକ ଏବଂ ଆଇନ ଅନୁଯାୟୀ ସେମାନଙ୍କର ମଧ୍ୟ ସମାନ ଅଧିକାର ରହିଛି। ଏଥିପାଇଁ ତାଲିବାନ ସ୍ୱର ଉଠାଇବ। ତେବେ କୌଣସି ରାଷ୍ଟ୍ର ବିରୁଦ୍ଧରେ ସଶସ୍ତ୍ର ଲଢେଇ କରିବାର ନୀତି ତାଲିବାନ ରଖୁନାହିଁ। ଏହି ଆତଙ୍କି ଗୋଷ୍ଠୀ ସହିତ ଭାରତ ସରକାର ପ୍ରଥମ ଆନୁଷ୍ଠାନିକ ଯୋଗାଯୋଗ କରିବାର ମାତ୍ର କିଛିଦିନ ମଧ୍ୟରେ ତାଲିବାନ ମୁଖପାତ୍ର କାଶ୍ମୀରକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ତାଲିବାନ ସହିତ ମିଶି ଆଫଗାନିସ୍ତାନରେ ଆତଙ୍କରାଜ ଚଳାଇଥିବା ଅନ୍ୟତମ ଆତଙ୍କି ଗୋଷ୍ଠୀ ଅଲ କାଏଦା ତାଲିବାନକୁ ଅଭିନନ୍ଦନ ବାର୍ତ୍ତାରେ କାଶ୍ମୀରକୁ ମୁକ୍ତ କରିବାକୁ କହିବା ପରେ ତାଲିବାନ ପକ୍ଷରୁ ଏଭଳି ବିସ୍ଫୋରକ ମନ୍ତବ୍ୟ ଦିଆଯାଇଛି।

Breaking News