ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଭଲ ପ୍ରଦର୍ଶନ ଜାରିରହିଛି । ସୁଟିଂରେ ପୁଣି ପଦକ ଆଣିଲେ ଅବନୀ ଲେଖରା । ୫୦ ମିଟର ରାଇଫଲ୍ ୩ ପୋଜିସନ୍ SH1 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଫାଇନାଲରେ ସେ ମୋଟ୍ ୪୪୫.୯ ସ୍କୋର କରିଥିଲେ । ପୂର୍ବରୁ ୧୯ ବର୍ଷୀୟ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା R2 ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପାରାଲିମ୍ପିକ୍ସ ଇତିହାସରେ ସୁଟିଂରେ ପଦକ ଆଣି ଇତିହାସ ରଚିଥିଲେ ଅବନୀ ଲେଖରା । ପ୍ରଥମ ଭାରତୀୟ ମହିଳା ଭାବରେ ପାରାଲିମ୍ପିକ୍ସରେ ଦୁଇଟି ମେଜାଲ୍ ଜିତିଛନ୍ତି । ସେହିପରି ପ୍ରଥମ ଭାରତୀୟ ମହିଳା ସୁଟର ଭାବରେ ଅଲିମ୍ପିକ୍ସ/ପାରାଲିମ୍ପିକ୍ସରେ ଦୁଇଟି ମେଡାଲ୍ ହାସଲ କରିଛନ୍ତି ଅବନୀ ଲେଖରା । ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।
Discussion about this post