ରିପୋର୍ଟ କାର୍ଡ / ପିପିଲି
କରୋନାର ଦ୍ଵିତୀୟ ଲହର ପ୍ରକୋପ ପାଇଁ ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ସେପ୍ଟେମ୍ବର ୩୦ରେ ହେବ | ଏନେଇ ଶନିବାର ନିର୍ବାଚନ କମିଶନର ଘୋଷଣା କରିଛନ୍ତି | ଅକ୍ଟୋବର ୩ ରେ ଭୋଟ ଗଣତି ହେବ | ପୂର୍ବଥର ନିୟମ ପରି କରୋନା କଟକଣାକୁ ମାନି ନିର୍ବାଚନ ହେବ ବୋଲି ଜଣାପଡିଛି | ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ଦିଆଯାଇଛି । ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ରହିଛି । ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସୂଚନା ଅନୁସାରେ- ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ପିପିଲି ଆସନ । ଏହାପରେ ଉପନିର୍ବାଚନ ପାଇଁ ତାରିଖି ଘୋଷଣା କରିଥିଲେ । କିନ୍ତୁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ଏହାପରେ ବି ନିର୍ବାଚନକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ଅର୍ଥାତ୍ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ର୍ପୂବରୁ ସାନି ବିଜ୍ଞପ୍ତି ଅନୁସାରେ, ମେ’ ୧୬ରେ ନିର୍ବାଚନ ହୋଇଥାନ୍ତା । ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା । ହେଲେ ସାରା ଦେଶରେ ଲାଗିରହିଥିବା କରୋନା ସ୍ଥିତି ଯୋଗୁଁ ଏହାକୁ ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ବନ୍ଦ କରିବାକୁ ଦାବି କରାଯାଇଥିଲା । ଏବେ କରୋନା ସଂକ୍ରମଣ କମିବା ପରେ ପୁଣି ଥରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ଆସନ୍ତା ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାପରେ ଅକ୍ଟୋବର ୩ତାରିଖରେ ପିପିଲି ନିର୍ବାଚନ ଲାଗି ଭୋଟ ଗଣତି ହେବ । ସେହି ଦିନ ହିଁ ଭୋଟ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନର | ସେପଟେ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ ବୋଲି ସୂଚନା ମିଳିଛି।






More Stories
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ…..