Report Card Odisha

| Daily Odia News

ଚିନ୍ତାରେ ତାଲିବାନ,ପୂର୍ବ ସରକାରଙ୍କ ସବୁ ଇମେଲକୁ ଲକ କଲା ଗୁଗଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନ ସହାୟତାରେ ଆଫଗାନିସ୍ତାନରେ ତାଲିବାନ ଚଳାଇଛି ନରସଂହାର | ଆଫଗାନିସ୍ତାନକୁ ଦଖଲ ପରେ ସରକାର ଗଠନ କରିବାକୁ ସମସ୍ତ ପ୍ରସ୍ତୁତି ସରିଥିବା ନେଇ ସୋମବାର ତାଲିବାନ ଘୋଷଣା କରିଛି | ମଙ୍ଗଳବାର ତାଲିବାନକୁ ବଡ ଝଟକା ଦେଇଛି ଗୁଗଲ । ପୂର୍ବ ଆଫଗାନିସ୍ତାନ ସରକାରଙ୍କ ଇମେଲ ଆକାଂଉଟକୁ ଗୁଗଲ ବନ୍ଦ କରିଥିବା ବେଳେ ଆଜି ବାକିଥିବା ସମସ୍ତ ଇମେଲ ଆକାଂଉଟକୁ ଗୁଗଲ ଲକ କରିଦେଇଛି । ଫଳରେ ଏଥରୁ ଆଉ କୌଣସି ତଥ୍ୟ ହାସଲ କରିପାରିବ ନାହିଁ ତାଲିବାନ । ଅଶରଫ ଗାନି ସରକାର ସମୟର ସମ୍ବେଦନଶୀଳ ତଥ୍ୟ ପାଇଁ ତାଲିବାନ ଜୋରସୋରରେ ଉଦ୍ୟମ ଚଳାଇଛି । ଏହି ତଥ୍ୟ ସମ୍ମୁଖକୁ ଆସିଥିଲେ ଦୁଇ ପ୍ରକାରର ବିପଦ ସୃଷ୍ଟି ହୋଇଥାନ୍ତା । ପ୍ରଥମରେ ଅନ୍ୟ ଦେଶମାନଙ୍କ ସହ ସରକାରଙ୍କ ପାଖରୁ ଜାରୀ କରାଇଥିବା ଗୁପ୍ତ ତଥ୍ୟ ଏବଂ ଦ୍ୱିତୀୟରେ ଗୋଇନ୍ଦା ଏବଂ ପ୍ରମୁଖ ଅଧିକାରୀଙ୍କ ତାଲିକା ତାଲିବାନ ପାଇଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିବ । ଗୁଗଲର ଏହି ପଦକ୍ଷେପ ବିଭିନ୍ନ ଦେଶ ପକ୍ଷରୁ ପ୍ରଶଂସା କରାଯାଉଛି ।

Breaking News