Report Card Odisha

| Daily Odia News

ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହେବ: DMET…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି | କିନ୍ତୁ ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ମଙ୍ଗଳବାର ଶିଶୁଙ୍କ ସଂକ୍ରମଣ ସାମାନ୍ୟ କମିଛି | ୧୮ ବର୍ଷରୁ କମ୍‌ ବର୍ଗର ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ, ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ସୂଚନା ପାଇଥିବା ନେଇ ସମୀର ଦାଶ କହିଛନ୍ତି। ଶିଶୁଙ୍କ ସଂକ୍ରମଣ ନେଇ DMET ଡାକ୍ତର ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ଦେଇ ପିଲାଙ୍କ ସଂକ୍ରମଣ ପାଇଁ ପରିବାରଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି | କହିଛନ୍ତି କି ସେମାନେ ଜଣାଇବା ଦରକାର ଯେ, ତାଙ୍କ ପିଲାକୁ ଥଣ୍ଡା, କାଶ କି ଜ୍ବର ହୋଇଛି। ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ଡିଏମଇଟି କହିଛନ୍ତି । ପିଲାମାନେ ନେଇଥିବା ଟିକା କୋଭିଡ୍ ଟିକା ନୁହେଁ। ତେଣୁ ବାପା-ମା’ ସାବଧାନ ରୁହନ୍ତୁ । ତୃତୀୟ ଲହର ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ, ଅକ୍ସିଜେନ କନସନଟ୍ରେଟର ମହଜୁଦ ଅଛି। ଯଦି କୌଣସି ପରିସ୍ଥିତିରେ ତୃତୀୟ ଲହର ଆସେ କୌଣସି ଅସୁବିଧା ହେବନାହିଁ । ଅନ୍ୟପକ୍ଷରେ -ଶିଶୁଙ୍କ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସ୍କୁଲରେ ସଂକ୍ରମଣ ବଢ଼ିବ ବୋଲି ଆଗରୁ ଆଶଙ୍କା କରାଯାଉଥିଲା। କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, କେତେ ଗୁରୁତର ଦେଖିବାକୁ ପଡ଼ିବ। ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅଲଗା ବାଟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଯଦି ଶିଶୁଙ୍କ ପାଖରେ ଲକ୍ଷଣ ରହୁଛି, ସ୍କୁଲ ନ ଆସିବାକୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର। ମିଳିଥିବା ତଥ୍ୟ ଅନୁଯାୟୀ, ICUରେ ୨% ଶିଶୁ ଚିକିତ୍ସାଧୀନ ଅଛନ୍ତି। ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ। ଟ୍ୱିନ୍‌ସିଟିରେ ଆର୍ ଭ୍ୟାଲୁ ୧ ପ୍ରତିଶତ ବୋଲି ସେ କହିଛନ୍ତି।

 

Breaking News