ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲ ଗଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ। ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରିଛି। ଗିରଫଦାରୀ ପରେ ନନ୍ଦ କୁମାରଙ୍କୁ ରାୟପୁରର ଏକ ଅଦାଲତରେ ହାଜର କରାଯାଇଛି। ସୂଚନା ଯୋଗ୍ୟ କି-ମୁଖ୍ୟମନ୍ତ୍ରୀ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ କହିଥିଲେ, ମୁଁ ଭାରତର ସମସ୍ତ ଗାଁ ଲୋକଙ୍କୁ ଅପିଲ୍ କରୁଛି ଯେ, ସେମାନେ ନିଜ ନିଜ ଗାଁରେ ବ୍ରାହ୍ମଣଙ୍କୁ ପୁରାଇ ଦିଅନ୍ତୁ ନାହିଁ। ମୁଁ ଅନ୍ୟ ସମୁଦାୟ ସହ ଆଲୋଚନା କରିବି ଯଦ୍ଵାରା ଗାଁରୁ ବ୍ରାହ୍ମଣଙ୍କ ବହିଷ୍କାର ହୋଇ ପାରିବ। ସେମାନଙ୍କୁ ଭୋଲଗା ନଦୀ କୂଳକୁ ପଠାଇ ଦିଆଯିବାର ଆବଶ୍ୟକତା ରହିଛି। ବ୍ରାହ୍ମଣ ପରଦେଶୀ ଅଟନ୍ତି। ଯେଉଁଭଳି ଇଂରେଜମାନେ ଆସିଥିଲେ ଏବଂ ଚାଲିଗଲେ, ଠିକ୍ ସେହିପରି ବ୍ରାହ୍ମଣମାନେ ସୁଧୁରି ଯାଆନ୍ତୁ କିମ୍ଵା ପୁଣି ଗଙ୍ଗାର ଭୋଲଗା ଯିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ସେପଟେ ବାପାଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଥିଲେ, ଆଇନ ସର୍ବୋପରି। ତାଙ୍କ ସରକାର ସମସ୍ତଙ୍କ ପ୍ରତି ଉଚିତ୍ ନ୍ୟାୟ କରିବ। ସେ ଏହା ମଧ୍ୟ କହିଥିଲେ, କେହି ମଧ୍ୟ ଆଇନଠୁ ଉର୍ଦ୍ଧ୍ଵରେ ନୁହନ୍ତି। ଏହାକୁ ନେଇ ରାଜନୀତିର ଛିଟା ଦିଆ ଯାଇଛି -ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ୍ କରି କହିଥିଲେ ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ଜାତିବାଦ ଏବଂ ସମାଜରେ ବିଦ୍ଵେଷ ପ୍ରସାର କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପର୍ଯ୍ୟନ୍ତ କଥା ଗଲା । କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏସବୁ ଦେଖା ଯାଉନି ଏବଂ ସେ ଏହି ମାମଲାରେ ନଜାଣିବାର ଅଭିନୟ କରୁଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..