ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ବର୍ଷ ଅଗଷ୍ଟରେ ପେଟ୍ରୋଲିୟମ ଉତ୍ପାଦ ଯଥା ପେଟ୍ରୋଲ ଓ ଡିଜେଲ ଆଦି ବିକ୍ରିରୁ ୭୧୭.୯୫ କୋଟି ଟଙ୍କାର ଭାଟ ସଂଗ୍ରହ କରାଯାଇଛି ଯାହା ପୂର୍ବବର୍ଷର ୫୬୫.୭୯ କୋଟି ଟଙ୍କା ସଂଗ୍ରହ ତୁଳନାରେ ୨୮.୬୬ ପ୍ରତିଶତ ଅଧିକ | ସେହିପରି ମଦ ବିକ୍ରିରୁ ଏହି ମାସରେ ୧୫୭.୨୬ କୋଟି ଟଙ୍କାର ସଂଗ୍ରହ ହୋଇଛି | ମଦରୁ ସଂଗ୍ରହ ହୋଇଥିବା ଭାଟରେ ୨୮୯.୪୭ ପ୍ରତିଶତର ବୃଦ୍ଧି ହୋଇଛି | ୨୦୨୦ ଅଗଷ୍ଟରେ ମଦରୁ ୪୦.୩୭ କୋଟି ଟଙ୍କାର ଭାଟ ମିଳିଥିଲା | ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା ଏହା ହେଉଛି ସର୍ବାଧିକ ଅଣ ଜିଏସଟି ଟିକସ ସଂଗ୍ରହ | ଅଗଷ୍ଟ ମାସରେ ରାଜ୍ୟରେ ମୋଟ ୮୮୫.୨୧ କୋଟି ଟଙ୍କାର ଭାଟ ସଂଗ୍ରହ ହୋଇଛି | ଏହା ପୂର୍ବବର୍ଷ ଅଗଷ୍ଟରେ ସଂଗ୍ରହ ହୋଇଥିବା ୬୦୬.୧୬ କୋଟି ଟଙ୍କା ତୁଳନାରେ ୪୬.୦୩% ଅଧିକ | ବାଣିଜ୍ୟ କର ଓ ଜିଏସଟି କମିସନରେଟ ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୧ ଅଗଷ୍ଟରେ ରାଜ୍ୟରେ ୩୩୧୬.୫୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି ଯାହା ୨୦୨୦ର ଅଗଷ୍ଟ ମାସରେ ହୋଇଥିବା ୨୩୪୮.୨୮ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୪୧.୨୩% ଅଧିକ | ଏଠି ମଧ୍ୟରୁ ରାଜ୍ୟ ଜିଏସଟି ଭାବେ ୯୫୬.୪୭ କୋଟି ଟଙ୍କା କେନ୍ଦ୍ରୀୟ ଜିଏସଟି ଭାବେ ୭୯୨.୯୩ କୋଟି ଟଙ୍କା ସମନ୍ଵନିତ ଜିଏସଟି ଭାବେ ୯୪୮.୨୧ କୋଟି ଟଙ୍କା ଓ ସେସ ଭାବେ ୬୧୮.୯୪ କୋଟି ଟଙ୍କା ସଂଗ୍ରହ ହୋଇଛି | ଓଡିଶା ଜିଏସଟି ସଂଗ୍ରହରେ ୩୯.୪ ପ୍ରତିଶତ, କେନ୍ଦ୍ରୀୟ ଜିଏସଟିରେ ୪୭.୧୪ ପ୍ରତିଶତ, ସମନ୍ଵନିତ ଜିଏସଟି ୫୦.୪୮ ପ୍ରତିଶତ ଓ ସେସ ସଂଗ୍ରହରେ ୨୫.୫୩ ପ୍ରତିଶତ ବୃଦ୍ଧି ଘଟିଛି | ଅଗଷ୍ଟ ମାସରେ ୩୨.୩୮ ପ୍ରତିଶତ ବୃଦ୍ଧି ସହ ୧୪.୩୫ ଲକ୍ଷ ଇ-ୱେ ବିଲ ଜାରି ହୋଇଛି | ଲୁହା, ଇସ୍ପାତ ଓ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁଁ ରାଜ୍ୟରେ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି ବୋଲି କୁହାଯାଇଛି | ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ୧୬,୯୭୭,୯୨ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି ଯାହା ଗତବର୍ଷ ଏହି ସମୟରେ ଠିଥିବା ୯୮୮୮.୯୯ କୋଟି ଟଙ୍କା ତୁଳନାର ୭୧.୬୯ ପ୍ରତିଶତ ଅଧିକ | ଏଭଲିକି ୨୦୧୯-୨୦ ଆର୍ଥିକ ବର୍ଷର ଅଗଷ୍ଟ ମାସ ସୁଦ୍ଧା ଯେଉଁ ୧୩,୦୧୧ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ତାଠାରୁ ଚଳିତ ବର୍ଷ ସଂଗ୍ରହ ଅଧିକ ରହିଛି | ଇତିମଧ୍ୟରେ ୧୭,୩୩୦ ନୂଆ ଡ଼ିଲରଙ୍କୁ ଜିଏସଟି ପରିସରରେ ସାମିଲକରଯାଇଛି | ତ୍ରୁଟିପୂର୍ଣ୍ଣ ରିଟର୍ଣ୍ଣ ଗୁଡିକୁ ଚିହ୍ନଟ କରି ସେମାନଙ୍କ ଠାରୁ ସଠିକ ଟିକସ ସଂଗ୍ରହ କରିବା ଲାଗି ରାଜ୍ୟ ବାଣିଜ୍ୟ କର ଓ ଜିଏସଟି କମିଶନର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |
Discussion about this post