ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାର ମୌସୁମୀ ଅଧିବେଶନର ଆଜି ଶେଷ ଦିନ । ଆଜି ପ୍ରଶ୍ନକାଳରେ ଜଳସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକ ସମ୍ପର୍କ, ବାଣିଜ୍ୟ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପରିବହନ ଆଦି ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ସେପଟେ ଆଜି ବିଜେପି ପକ୍ଷରୁ ଖଣି ଦୁର୍ନୀତି ନେଇ ଆସିପାରେ ମୁଲତବୀ ପ୍ରସ୍ତାବ। ବୁଧବାର ଖଣି ଦୁର୍ନୀତିକୁ ନେଇ ଗୃହରେ ଲାଗି ରହିଥିଲା ଉଷ୍ଣତା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାରମ୍ବାର ଗୃହକୁ ମୁଲତବୀ ରଖାଯାଇଥିଲା । ଏପରିକି ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ବାଚସ୍ପତିଙ୍କୁ ନିଜ ଚ୍ୟାମ୍ବରରେ ଘେରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।
More Stories
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..
ଭତ୍ତା ବଢାଇଲେ ମୋହନ ସରକାର…..