ରିପୋର୍ଟ କାର୍ଡ / ଭୁବନେଶ୍ଵର
ହେଲମେଟ୍ ଚେକିଂ ବେଳେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡମାରି ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି । କେନ୍ଦ୍ରାପଡା ଏସ୍ପି ଏମ୍ ସମ୍ବିତ ସମ୍ପଦ, ମାଡମରା ଘଟଣାରେ ସଂପୃକ୍ତି ଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ନିଲମ୍ବିତ ୬ ପୋଲିସଙ୍କ ମଧ୍ୟରେ ଜଣେ ହାବିଲଦାର, ଦୁଇ ମହିଳା କନଷ୍ଟେବଲ ମଧ୍ୟ ରହିଛନ୍ତି । ସୂଚନାଯୋଗ୍ୟ, ତିନିମୁହାଣୀ ଛକରେ ଥିବା ସେଲ୍ଫି ପଏଣ୍ଟ ନିକଟରେ ଟାଉନ୍ ଥାନା ପୋଲିସ ପକ୍ଷରୁ ଗତ ସନ୍ଧ୍ୟାରେ ହେଲମେଟ୍ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଜଣେ ବାଇକ ଚାଳକ ନିଜ ସାଙ୍ଗରେ ଜଣେ ମହିଳାଙ୍କୁ ନେଇ ଆସୁଥିଲେ। ସେ ହେଲମେଟ ପିନ୍ଧି ନଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉଭୟଙ୍କ ମଧ୍ୟରେ ବଚସା ବେଳେ ବାଇକ ଚାଳକ ଜଣକ ପୋଲିସକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଭାଇରାଲ ଭିଡିଓରେ ୪/୫ ଜଣ ପୋଲିସ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଥିଲା । ଘଟଣା ଘଟିବା ପରେ ତିନିମୁହାଣୀ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ବାଇକ ଆରୋହୀଙ୍କୁ ଅଟକ ରଖାଯିବା ପରେ ଗିରଫ କରା କରିଥିଲା ପୋଲିସ । ସେପଟେ ଗୁରୁବାର ଘଟଣାରେ ସଂପୃକ୍ତ ୬ ଜଣ ପୋଲିସ କାର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କେନ୍ଦ୍ରାପଡଶ ଏସ୍ପି । ଘଟଣାକୁ ନେଇ ଅଧିକ ତଦନ୍ତ ଜାରିରହିଛି ।





More Stories
ରାଜ୍ୟସଭା ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା…..
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର…..
ଆଜି ପବିତ୍ର ଦୋଳପୂର୍ଣ୍ଣିମା…..