ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ତମ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୦୨୧ର ୫ ଦେଶ ଗଠିତ ବ୍ରିକ୍ସର ବାର୍ଷିକ୍ ଶିଖର ସମ୍ମଳନୀରେ ବ୍ରାଜିଲ, ଋଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଆତଙ୍କବାଦୀ ନିରୋଧୀ ଯୋଜନାକୁ ଆପଣାଇଛୁ । ବିଗତ ଦେଢ଼ ଦଶନ୍ଧିରେ ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଛି | ବିଶ୍ୱର ବଢ଼ୁଥିବା ଅର୍ଥବ୍ୟବସ୍ଥାରେ ଆଜି ଆମେ ଏକ ପ୍ରଭାବକାରୀ ସ୍ୱର । ବିକାଶଶୀଳ ଦେଶର ପ୍ରାଥମିକତା ଉପରେ ଧ୍ୟାନ ଦେବା ପାଇଁ ଏହି ମଞ୍ଚ ବେଶ୍ ଉପଯୋଗ ହୋଇଛି । ଆମକୁ ନିଶ୍ଚିତ କରିବାକୁ ହେବ ଯେ ବ୍ରିକ୍ସ ଆଗାମୀ ୧୫ ବର୍ଷ ପାଇଁ ଫଳପ୍ରଦ ହେବ । ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୀ, ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଉପସ୍ଥିତ ଥିଲେ । ସମ୍ମିଳନୀରେ ଋଷ ରାଷ୍ଟ୍ରପତି ପୁତିନ୍ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ପୁତିନ କହିଛନ୍ତି, ଆମେରିକା ଯିବା ପରେ ଆଫଗାନିସ୍ତାନ ସଂକଟ ମଧ୍ୟରେ ରହିଛି । ଆଫଗାନିସ୍ତାନ ପଡ଼ୋଶୀ ଦେଶ ପାଇଁ ବିପଦ ନ ପାଲଟୁ । ଆମେ ଆଗରେ ସୁରକ୍ଷା ନୂଆ ସମସ୍ୟା, ଆତଙ୍କବାଦ ଉପରେ ନିୟନ୍ତ୍ରଣ ଜରୁରୀ ।
Discussion about this post