ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ବିଧାୟକ ଭୁପେନ୍ଦ୍ର ପଟେଲ | ସୋମବାର ରାଜଭବନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଧାନସଭା ନିର୍ବାଚନର ପ୍ରାୟ ୧୫ ମାସ ପୂର୍ବରୁ ବିଜେପି ବିଜୟ ରୁପାଣିଙ୍କୁ ହଟାଇ ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି। ୫୯ ବର୍ଷ ବୟସ୍କ ଭୁପେନ୍ଦ୍ର ପଟେଲଙ୍କୁ ରବିବାର ଦିନ ସର୍ବସମ୍ମତିରେ ବିଜେପି ବିଧାୟକ ଦଳର ନେତା ଚୟନ କରାଯାଇଥିଲା। ଭୁପେନ୍ଦ୍ର ପଟେଲ ବର୍ତ୍ତମାନ ଗୁଜୁରାଟର ୧୭ତମ ମୁଖ୍ୟମନ୍ତ୍ରୀ । ଗୁଜୁରାଟର ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ବର୍ଷ ଡିସେମ୍ବରରେ ନିର୍ବାଚନ ହେବାକୁଥିଲା। ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୁପେନ୍ଦ୍ର ପଟେଲଙ୍କୁ ପଦବୀ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସମେତ ବିଜେପିର ତମାମ ନେତା ସାମିଲ ହୋଇଛନ୍ତି। ମଧ୍ୟ ପ୍ରଦେଶ, ଗୋଆ, ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ୟ ସମାରୋହରେ ସାମିଲ ହୋଇଛନ୍ତି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….