ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିଲ୍ ପାଇଁ ଆସିଥିବା ଦୁଇ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ମାଡିବସିଲା ଏସଟିଏଫ୍ । ଦୁଇ ବେପାରୀଙ୍କ ନିକଟରୁ ୧ କେ.ଜି. ୨୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଓଡ଼ିଶାରେ ଲାଲ୍ ଗୋଲା ଗ୍ୟାଙ୍ଗ୍ । ପଶ୍ଚିମବଙ୍ଗରୁ ଓଡିଶା ଲିଙ୍କ୍ । ରାଜଧାନୀରେ ବ୍ରାଉନସୁଗାର ବେପାର କରିବାକୁ ଆସିଥିବା ବେଳେ ମାଡିବସିଲା ଏସଟିଏଫର ସ୍ବତନ୍ତ୍ର ଟିମ୍ । ରସୁଲଗଡ଼ ଓଭର ବ୍ରିଜ୍ ତଳେ ଡିଲ୍ ପାଇଁ ଅପେକ୍ଷାରେ ଥିଲେ ଦୁଇ ଆନ୍ତଃରାଜ୍ୟ ବ୍ୟବସାୟୀ । ଗୁଇନ୍ଦା ସୂଚନା ପାଇ ବାଲେଶ୍ବରରୁ ପିଛା କରିଥିଲା ଏସଟିଏଫ୍ ଟିମ୍ । ଦୁଇ ବ୍ୟବସାୟୀ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାର ରକିବୁଲ ଲାସ୍କର ଓ ସୁଧାନ୍ୟ ଗାଏନ । ଏମାନଙ୍କ ନିକଟରୁ ୧ କେ.ଜି. ୨୫ ଗ୍ରାମ୍ ଧଳାଜହର ଜବତ କରାଯାଇଛି । ଲାଲ୍ ଗୋଲା ଗ୍ୟାଙ୍ଗର କେତେ ସଦସ୍ୟ ଏବେ ଓଡ଼ିଶାରେ ପ୍ରବେଶ କରିଛନ୍ତି ? ଓଡିଶାକୁ ଏହି ଗ୍ୟାଙ୍ଗ୍ କ’ଣ ଧଳାଜହରର ହବ୍ କରିବାକୁ ଯୋଜନା କରିଛି କି ? ଯାହା ଉପରେ ନଜର ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ଏସଟିଏଫ ୪୦ କେ.ଜି. ବ୍ରାଉନସୁଗାର ଜବତ କରିବା ସହ ୫୭ଜଣ ବେପାରୀଙ୍କୁ ଗିରଫ କରିଛି । ଏବେ ତଦନ୍ତ କରି ଆନ୍ତଃରାଜ୍ୟ ଡ୍ରଗ୍ସ ଲିଙ୍କକୁ ବାହାର କରିବ ଏସଟିଏଫ୍ ।






More Stories
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..