ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଆଫଗାନିସ୍ତାନକୁ ଦଖଲ କରି ସରକାର ଗଠନପରେ ଆର୍ଥିକ ସହାୟତା ଦେବ ଆମେରିକା । ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଯେ ଆଫଗାନିସ୍ତାନବାସୀଙ୍କୁ ୬୪ ମିଲିୟନ ଡଲାର (ପ୍ରାୟ ୪୭୦ କୋଟି) ମାନବିକ ସହାୟତା ଯୋଗାଇବାକୁ ଆମେରିକା ପ୍ରସ୍ତୁତ ଅଛି । ସେ କହିଛନ୍ତି ଯେ ଆଫଗାନିସ୍ତାନର ଅବସ୍ଥା ଖରାପ ରହିଛି । ଏଭଳି ପରିସ୍ଥିତିରେ ଆମେରିକା ୬୪ ମିଲିୟନ ଡଲାର ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି । ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ୍-ଗ୍ରୀନଫିଲ୍ଡ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ମୁଁ ଘୋଷଣା କରି ଗର୍ବିତ ଯେ ଆଫଗାନିସ୍ତାନବାସୀଙ୍କୁ ଆମେରିକା ୬୪ ମିଲିୟନ ଡଲାରର ନୂତନ ମାନବିକ ସହାୟତା ଯୋଗାଉଛି । ଏହି ନୂତନ ପାଣ୍ଠି ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ଏନଜିଓର କାର୍ଯ୍ୟକୁ ସମର୍ଥନ କରିବ । ଅନ୍ୟ ଦେଶମାନଙ୍କୁ ମଧ୍ୟ ଏକତା ଦେଖାଇବାକୁ ଆମେ ଅନୁରୋଧ କରୁଛୁ । ଅନ୍ୟ ଦେଶମାନେ ବି ଆଫଗାନିସ୍ତାନବାସୀଙ୍କୁ ସାହଯ୍ୟ କରନ୍ତୁ ବୋଲି ଆମେରିକା କହିଛି । ଆମେରିକା ପୂର୍ବରୁ ଜାତିସଂଘ ମୁଖ୍ୟ, ନ୍ୟୁଜିଲାଣ୍ଡ, ଚାଇନା, ଜର୍ମାନୀ ମଧ୍ୟ ଆଫଗାନିସ୍ତାନକୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରି ସାରିଛନ୍ତି । ସୂଚନାଯୋଗ୍ୟ, ଭାରତପକ୍ଷରୁ ଏପର୍ଯ୍ୟନ୍ତ ଏପରି କୌଣସି ଘୋଷଣା କରାଯାଇ ନାହିଁ | ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ସୋମବାର ଆଫଗାନିସ୍ତାନରେ ମାନବିକ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ୨୦ ମିଲିୟନ୍ ଆମେରିକୀୟ ଡଲାର ଆବଣ୍ଟନ ଘୋଷଣା କରିଛନ୍ତି । ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶରେ, ‘ପ୍ରକୃତ’ କର୍ତ୍ତୃପକ୍ଷ ଲୋକମାନଙ୍କୁ ସାହାଯ୍ୟ ଆଣିବା ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଆଫଗାନିସ୍ତାନର ଲୋକମାନେ ଏକ ଲାଇଫ୍ ଲାଇନ୍ ଆବଶ୍ୟକ କରନ୍ତି । ଦଶନ୍ଧି ଧରି ଯୁଦ୍ଧ, ଯନ୍ତ୍ରଣା ଏବଂ ଅସୁରକ୍ଷିତତା ପରେ ସେମାନେ ବୋଧହୁଏ ସେମାନଙ୍କର ସବୁଠାରୁ ବିପଜ୍ଜନକ ସମୟର ସମ୍ମୁଖୀନ ହେଉଛନ୍ତି । ଅନ୍ତର୍ଜାତୀୟ ସମୁଦାୟ ତାଙ୍କ ପାଖରେ ଠିଆ ହେବାର ବର୍ତ୍ତମାନ ସମୟ ।
Discussion about this post