ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱ ଦୀର୍ଘ ଦିନଧରି କରୋନା ସଂକ୍ରମଣ ସହିତ ଲଢେଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସୂଚନା ମିଳିଛି | ହୁ କହିଛି କି ଲୋପ ପାଇବ ନାହିଁ କରୋନା ଭୂତାଣୁ। ଏ ନେଇ ହୁ ସ୍ବାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନ୍ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୦୯ରୁ ସ୍ବାଇନ୍ ଫ୍ଲୁ ଭୂତାଣୁର ଏବେ ବି ବ୍ୟାପି ଚାଲିଛି। ଅଧିକ ଟିକାକରଣ ସହିତ ରୋଗ ପ୍ରତିରୋଧକ ଶକ୍ତି ହାସଲ କରାଯାଇପାରିବ ଏବଂ ଏହାଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବା ମାମଲା ମଧ୍ୟ କମିପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କୋଭିଡ୍ ଏବେ ବିଶ୍ବ ପାଇଁ ଏକ ଚିନ୍ତାର ବଷୟ ପାଲଟିଛି। ୨୦୦୯ ମସିହାରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ୨୦୦୯ ମସିହାରେ ସ୍ୱାଇନ୍ ଫ୍ଲୁ ମହାମାରୀରେ ୨,୮୪,୫୦୦ ଲୋକ ପ୍ରାଣ ହରାଇଥିଲେ। ହୁ ଏହାକୁ ପରବର୍ତ୍ତୀ ସମୟରେ ମହାମାରୀ ଭାବେ ଘୋଷଣା କରିଥିଲା।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..