ରିପୋର୍ଟ କାର୍ଡ / ଢେଙ୍କାନାଳ
ଜେରା ହେବାକୁ ଆସି,ଥାନାରୁ ପୋଲିସ ଗାଡ଼ି ଧରି ଛୁ ମାରିଛି ଯୁବକ | ଏଭଳି ରୋଚକ କର ଘଟଣା ଘଟିଛି ଢେଙ୍କାନାଳ ଟାଉନ୍ ଥାନା ପରିସରରେ । କୌଣସି ଏକ ମାମଲାରେ ଗଁଦିଆ ବାଇଁଶିଆ ଗାଁର ଧର୍ମେନ୍ଦ୍ର ସ୍ୱାଇଁଙ୍କୁ ଟାଉନ ଥାନା ପୋଲିସ ଜେରା ପାଇଁ ଆଣିଥିଲା। ତେବେ ପୋଲିସ ଗାଡ଼ିରେ ଚାବି ଥିବାବେଳେ ସମସ୍ତ କର୍ମଚାରୀ ଥାନା ଭିତରେ ଥିଲେ। ଏହାର ସୁଯୋଗ ନେଇ ଧର୍ମେନ୍ଦ୍ର ଗାଡ଼ିଟିକୁ ଧରି କଟକ ଆଡ଼େ ଫେରାର ହୋଇ ଯାଇଥିଲେ। ତେବେ ଟାଉନ ଥାନା ପୋଲିସ ପିଛା କରି ଖୁଣ୍ଟୁଣି ଥାନା ଅଞ୍ଚଳରୁ ତାଙ୍କୁ କାବୁ କରିଥିଲା। ସୂଚନା ଅନୁସାରେ- ଧର୍ମେନ୍ଦ୍ରଙ୍କୁ ସନ୍ଦେହ ଜଣକ ସ୍ଥିତିରେ ମଙ୍ଗଳବାର ରାତିରେ ଟାଉନ ପୋଲିସ ଥାନାକୁ ଆଣିଥିଲା । ମାତ୍ର ଉକ୍ତ ଯୁବକ ମାନସିକ ଭିନ୍ନକ୍ଷମ ବୋଲି ଅନୁଭବ କରି ତାକୁ ଘରେ ଛାଡିବାକୁ ଗାଡ଼ିରେ ବସାଇଥିଲେ । ମାତ୍ର ଗାଡି ଡ୍ରାଇଭରଗାଡ଼ିରେ ଛବି ଲଗେଇ ପାଣି ପାଇଁ ଗାଡିରୁ ଓଲ୍ହାଇ ଯାଇଥିବାବେଳେ ଥାନା ପରିସରରୁ ବୋଲେରୋ ଗାଡିକୁ ନେଇ ପଳାଇଥିଲା ଯୁବକ । ଏହା ଦେଖି ପଛରୁ ପୋଲିସ ଗୋଡ଼ାଇଥିଲା । ପରେ ଗୋଡ଼ାଇ ଗୋଡ଼ାଇ ଖୁଣ୍ଟୁଣୀ ଥାନା ଅଂଚଳର ଚମ୍ପେଶ୍ବର ନିକଟରୁ ଗାଡି ସହ ଉକ୍ତ ଯୁବକକୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଥିବା ଜଣାପଡିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..
ମୁଖ୍ୟମନ୍ତ୍ରୀ ୟୁନିଟ୍-ଗ୍ରୁପ୍ କମ୍ପାନୀ ସହ କରିବେ ଆଲୋଚନା…..