ରିପୋର୍ଟ କାର୍ଡ / ଆନନ୍ଦପୁର
କାଠ ଆଣିବା ବେଳେ ବୈତରଣୀ ନଦୀରେ ୩ ଜଣ ଯୁବକ ଭାସିଯାଇଛନ୍ତି । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ଏଭଳି ଘଟଣା ଘଟିଛି ଆନନ୍ଦପୁର ବ୍ୟାରେଜ ନିକଟରେ | ଟ୍ୟୁବ୍ ସାହାଯ୍ୟରେ କାଠ ଆଣିବା ବେଳେ ଯୁବକମାନେ ଭାସିଯାଇ ନିଖୋଜ ଅଛନ୍ତି। ସୂଚନାନୁଯାୟୀ, ଶୁକ୍ରବାର ସକାଳୁ କୁମୁଣିଆ ଗ୍ରାମର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ସାଥି ଟ୍ୟୁବ୍ ସାହାଯ୍ୟରେ ବୈତରଣୀରେ କାଠ ଆଣୁଥିଲେ। ଅସାବଧାନତା ଯୋଗୁଁ ଆନନ୍ଦପୁର ବ୍ୟାରେଜ ନିକଟରେ ପାଣି ସ୍ରୋତରେ ଭାସି ଯାଇଛନ୍ତି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ଜଗବନ୍ଧୁ ନାଏକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟ ୨ ଜଣ ଭାସି ଯାଇଥିବା ଜଗବନ୍ଧୁ ନାଏକ କହିଥିବା ବେଳେ ତଦନ୍ତ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….