ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟକାର୍ଯ୍ୟାଳୟରେ ଆଜି ଅଗ୍ନିକାଣ୍ଡ ଘଟିଛି । ଲୋଧି ରୋଡ ଅଞ୍ଚଳସ୍ଥ ସିଜିଓ କମ୍ପଲେକ୍ସ ନିକଟରେ ଥିବା ସିବିଆଇ ମୁଖ୍ୟକାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀର ୮ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ଏହି କାର୍ଯ୍ୟାଳୟ ଭିତରେ ଥିବା ସମସ୍ତ ଅଧକାରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନାହିଁ। ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ଅଗ୍ନିକାଣ୍ଡରେ କ’ଣ ସବୁ ନଷ୍ଟ ହୋଇଛି ତା’ର ସୂଚନା ମିଳିପାରିନାହିଁ । ତେବେ ନିଆଁ କେଉଁ କାରଣ ପାଇଁ ଲାଗିଲା ତାହାର ତଦନ୍ତ ଚାଲିଛି ଥିବା ନେଇ ଜଣାପଡିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….