ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟକାର୍ଯ୍ୟାଳୟରେ ଆଜି ଅଗ୍ନିକାଣ୍ଡ ଘଟିଛି । ଲୋଧି ରୋଡ ଅଞ୍ଚଳସ୍ଥ ସିଜିଓ କମ୍ପଲେକ୍ସ ନିକଟରେ ଥିବା ସିବିଆଇ ମୁଖ୍ୟକାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀର ୮ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ଏହି କାର୍ଯ୍ୟାଳୟ ଭିତରେ ଥିବା ସମସ୍ତ ଅଧକାରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନାହିଁ। ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ଅଗ୍ନିକାଣ୍ଡରେ କ’ଣ ସବୁ ନଷ୍ଟ ହୋଇଛି ତା’ର ସୂଚନା ମିଳିପାରିନାହିଁ । ତେବେ ନିଆଁ କେଉଁ କାରଣ ପାଇଁ ଲାଗିଲା ତାହାର ତଦନ୍ତ ଚାଲିଛି ଥିବା ନେଇ ଜଣାପଡିଛି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..