ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୯ ଘଣ୍ଟାର ଅପରେସନ ପରେ ଡ୍ରେନରେ ଭାସି ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧର ହୋଇଛି । ଭୁବନେଶ୍ୱର ପଞ୍ଚସଖା ନଗର ପାଖ ଡ୍ରେନରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ | ଶବବ୍ୟବଚ୍ଛେଦ ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା | ପରିବାରଲୋକେ ପହଂଚି ମୃତଦେହକୁ ଚିହ୍ନଟ କରିଛନ୍ତି | ଜ୍ୟୋତି ପ୍ରକାଶଙ୍କର ମୃତଦେହ ମିଳିବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ୁଛି। ସୂଚନା ଅନୁସାରେ- ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଭାସି ଯାଇଥିଲେ । ଗତକାଲି ଦିନ ୨ଟା ବେଳେ ଟ୍ୟୁସନ୍ ପାଇଁ ଘରୁ ବାହାରିଥିଲେ ଜ୍ୟୋତିପ୍ରକାଶ । ବର୍ଷା ପରେ ମୁକୁଳା ଡ୍ରେନର ପାଣି ସୁଅରେ ସେ ଭାସି ଯାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଥିଲେ | ବହୁଖୋଜାଖୋଜି ପରେ ଜ୍ୟୋତି ପ୍ରକାଶଙ୍କର କିଛି ପତ୍ତା ମିଳିନଥିଲା |






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ