ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜୀତ ସିଂହ ଚନ୍ନୀ | କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ସୋମବାର ଚରଣଜୀତ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି । ଚରଣଜୀତଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏହି ୨ ଉପ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୁଖଜିନ୍ଦର ସିଂହ ରାନ୍ଧୱା ଓ ବ୍ରହ୍ମ ମୋହିନ୍ଦ୍ରା।
ରାଜ୍ୟପାଳ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି ।ଶପଥଗ୍ରହଣ ପୂର୍ବରୁ ଚରଣଜୀତ ଏକ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିଥିବା ନେଇ ସୂଚନା ମିଳିଥିଲା। ପୂର୍ବରୁ ଚରଣଜୀତ ଅମରିନ୍ଦର ସିଂହଙ୍କ ସରକାରରେ ସେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ ।
Discussion about this post