ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସାମ୍ଭାବ୍ୟ କରୋନାର ତୃତୀୟ ଲହରର ପ୍ରସ୍ତୁତି ନେଇ ହୋଇଛି ଆଲୋଚନା । ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ କିଭଳି କମିବ ତାହା ଦେଖିବାକୁ ପଡିବ। ତାପାଇଁ ଟିକାକରଣ ଚାଲୁଛି, ସର୍ଭିଲାନ୍ସ ଚାଲୁଛି ଏବଂ ଶିଶୁଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯିବ । ଏଥିରେ ୩ଟି ଜିନିଷ ଉପରେ ଗୁରୁତ୍ବ ଦିଆଯାଉଛି । ଯାହା ଚିକିତ୍ସା ଭିତ୍ତିଭୂମି, ଅକ୍ସିଜେନ୍ ଏବଂ ତାଲିମ । ଯଦି କଟକଣା ନ ମାନିବା ତେବେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହଛି । ଏହାକୁ ରୋକିବାର ଗୋଟିଏ ବାଟ ହେଉଛି ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାଇ ରଖନ୍ତୁ । ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ଆବଶ୍ୟକତା ନଥିଲେ ଘରେ ରୁହନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..