ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ପୁଣି ଥରେ ବିଦେଶକୁ କରୋନା ଟିକା ରପ୍ତାନି ଆରମ୍ଭ କରିବ ବୋଲି ସୂଚନା ମିଳିଛି। ଆସନ୍ତା ଅକ୍ଟୋବର ମାସରୁ ଟିକା ରପ୍ତାନୀ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର କହିଛନ୍ତି। ସେ କହିଛନ୍ତି ଯେ ଟିକା ମୈତ୍ରୀ ଅଭିଯାନ କ୍ରମେ ଭାରତ ଚଳିତବର୍ଷ ୭୦ଟି ଦେଶକୁ ୬କୋଟି ୬୦ଲକ୍ଷ ପାନ ଟିକା ରପ୍ତାନି କରିଛି। ତେବେ ଦେଶରେ ଟିକାର ଅଭାବ ଦେଖାଯିବାରୁ ଏହି ରପ୍ତାନୀକୁ ବନ୍ଦ କରାଯାଇଥିଲା। କରୋନା ବିରୋଧରେ ସମ୍ମିଳିତ ଲଢେଇ ନିମନ୍ତେ ଭାରତ ତାର ପ୍ରତିଶ୍ରୁତିବଦ୍ଧତାକୁ ପୂରଣ କରିବା ନିମନ୍ତେ ବଳକା ଟିକାକୁ ବିଦେଶକୁ ରପ୍ତାନି କରିବ। ମାଣ୍ଡଭୀୟ କହିଛନ୍ତି ଯେ ଅକ୍ଟୋବର ମାସରେ ଭାରତରେ ୩୦କୋଟି ପାନ ଟିକା ଉତ୍ପାଦନ ହେବ। ସେହିପରି ବର୍ଷର ଶେଷ ତ୍ରୟମାସରେ ୧୦୦କୋଟିରୁ ଅଧିକ ଟିକା ଉତ୍ପାଦନ ହେବ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..