ରିପୋର୍ଟ କାର୍ଡ /କଟକ
ବାଲେଶ୍ୱର DRDO ଗୁପ୍ତ ତଥ୍ୟ ଲିକ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଠାରୁ ମୁଳୁଛି ନୂଆ ନୂଆ ତଥ୍ୟ | ଜେରା ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଖୋଲୁଛି ହନିଟ୍ରାପ ଲିଙ୍କ ରହସ୍ୟମୟ ପେଡ଼ି। କ୍ରାଇମ୍ବ୍ରାଞ୍ଚର ଜେରା ସମୟରେ ପଦାକୁ ଆସିଲା ଦୁବାଇ ଲିଙ୍କ। ଦୁବାଇରୁ ଆସୁଥିଲା ୫ ଜଣଙ୍କ ପାଖକୁ ପୁଳାପୁଳା ଟଙ୍କା। ତେବେ ୫ ଜଣକ ମଧ୍ୟରୁ ଜଣକ ପାଖକୁ ଦୁବାଇରୁ ଟଙ୍କା ଆସିଛି। ଦୁଇଟି କିସ୍ତିରେ ୩୮ ହଜାର ଟଙ୍କା ଆସିଛି ଦୁବାଇରୁ। ଏହାପରେ ଅଧିକ ତଥ୍ୟ ପାଇବା ପାଇଁ ୫ ଜଣଙ୍କ ଆକାଉଣ୍ଟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ। ଫେସବୁକ, ଇନ୍ଷ୍ଟାଗ୍ରାମ ଓ ହ୍ୱାଟସଆପକୁ ଯାଞ୍ଚ କରାଯାଉଛି। ଗିରଫ ୫ ଜଣ ଯୁବତୀ ମାନଙ୍କ ସହ ଫେସବୁକ ମ୍ୟାସେନଜର ଓ ହ୍ୱାଟସ୍ଆପ୍ରେ ଚାର୍ଟ କରୁଥିଲେ। ଜଙ୍କ ଫୋନକୁ ୟୁକେରୁ ମଧ୍ୟ ଗୋଟେ ନମ୍ବରରୁ କଲ ଆସିଥିଲା। ଏଭଳି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..