Report Card Odisha

| Daily Odia News

ଜେଲ୍ରୁ ମୁକୁଳିଲେ ରାଜ କୁନ୍ଦ୍ରା…..

ରିପୋର୍ଟ କାର୍ଡ / ମୁମ୍ବାଇ

ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଦୀର୍ଘ ୨ ମାସ ଜେଲ୍‌ରେ ରହିବା ପରେ ରାଜଙ୍କୁ ସୋମବାର ରାଜଙ୍କୁ ଜାମିନ ମିଳିଥିଲା | ମଙ୍ଗଳବାର ଜେଲ୍ରୁ ମୁକୁଳିଛନ୍ତି ବ୍ୟବସାୟୀ ରାଜ କୁନ୍ଦ୍ରା । ଆଜି ପୂର୍ବାହ୍ନ ୧୧ଟା ୩୦ରେ ରାଜ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ୍‌ରୁ ବାହାରିଥିବା ଜଣେ ଜେଲ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ସେବେଠୁ ଜେଲ୍‌ରେ ଥିଲେ ରାଜ କୁନ୍ଦ୍ରା। କିଛି ଦିନ ପୂର୍ବେ ଏହି ମାମଲାର ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଗତକାଲି ମାଜିଷ୍ଟ୍ରେଟ୍ ରାଜଙ୍କୁ ୫୦,୦୦୦ ଟଙ୍କାର ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଥିଲେ। ରାଜ୍‌ଙ୍କୁ ଜାମିନ ମିଳିବା ପରେ ସୋଶାଲ ମିଡିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି ଶିଳ୍ପା ଶେଟ୍ଟୀ । ଶିଳ୍ପା ନିଜ ଇନଷ୍ଟାରେ ଏକ ଇନ୍ଦ୍ରଧନୁ ଫଟୋ ଶେଆର କରି ଏକ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ ବୋଲି ଲେଖିଛନ୍ତି। ଏଥିସହ ତାଙ୍କ ପୁଅ ଭିଆନ କୁନ୍ଦ୍ରା ମଧ୍ୟ ବାପାଙ୍କ ମୁକୁଳିବା ଖବର ପାଇ ଗଣେଶ ପୂଜା ଫଟୋ ଶେଆର କରି ନିଜ ମନର ଭାବନା ବ୍ୟକ୍ତ କରି ସାରିଛନ୍ତି।

Breaking News