ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ । ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଭିଆର ଚୌଧୁରୀ ବର୍ତ୍ତମାନ ଭାଇସ୍ ଚିଫ ଅଫ ଏୟାର ଷ୍ଟାଫ ପଦରେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନର ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ଶଲ ଆରକେଏସ ଭଦୌରିଆ ୨୦୨୧ ସେପ୍ଟେମ୍ବର ୩୦ରେ କାର୍ଯ୍ୟରୁ ଅବସର ନେଉଛନ୍ତି। ବିବେକ ରାମ ଚୌଧୁରୀ ଚଳିତ ବର୍ଷ ଜୁଲାଇ ୧ ତାରିଖରେ ଉପ ବାୟୁସେନା ପ୍ରମୁଖ ପଦଭାର ଗ୍ରହଣ କରିଥିଲେ। ବାୟୁ ସେନାର ଉପ ପ୍ରମୁଖ ହେବା ପୂର୍ବରୁ ଚୌଧୁରୀ ଭାରତୀୟ ବାୟୁସେନାର ପଶ୍ଚିମ ବାୟୁସେନା କମାଣ୍ଡର କମାଣ୍ଡର ଇନ ଚିଫ ଭାବେ କାର୍ଯ୍ୟରତ ଥିଲେ। ଏୟାର ମାର୍ଶଲ ଚୌଧୁରୀଙ୍କୁ ୧୯୮୨ ଡିସେମ୍ବର ୨୯ରେ ବାୟୁ ସେନାର ୟୁନିଟ୍ରେ ସାମିଲ୍ କରାଯାଇଥିଲା। ପ୍ରାୟ ୩୮ ବର୍ଷର କ୍ୟାରିୟରରେ ସେ ବାୟୁସେନାର ବିଭିନ୍ନ ପ୍ରକାରର ଲଢୁଆ ଏବଂ ପ୍ରଶିକ୍ଷକ ବିମାନ ଉଡାଇଛନ୍ତି। ସେ ମିଗ୍-୨୧, ମିଗ୍-୨୩ ଏମଏଫ, ମିଗ୍-୨୯ ଓ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନର ପରିଚାଳନା ସମେତ ୩୮୦୦ ଘଣ୍ଟାରୁ ଅଧିକ ସମୟ ଉଡାଣର ଅଭିଜ୍ଞତା ରହିଛି। ଏୟାର ମାର୍ଶଲ ଚୌଧୁରୀ ଅନେକ ମହତ୍ଵପୂର୍ଣ୍ଣ ପଦରେ କାର୍ଯ୍ୟରତ ଥିଲେ। ସେ ଆଗ ଧାଡିର ଲଢୁଆ ସ୍କ୍ଵାଡ୍ରନର କମାଣ୍ଡିଂ ଅଫିସର ରହି ସାରିଛନ୍ତି। ସେ ଜଣେ ଉଡାଣ ପ୍ରଶିକ୍ଷକ, ଉପକରଣ ରେଟିଂ ପ୍ରଶିକ୍ଷକ ଓ ପରୀକ୍ଷକ ମଧ୍ୟ।
।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..